ପୁରୀ ( ମନୋଜ କୁମାର ବଳିଆରସିଂ)୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ କଳିଙ୍ଗ ସ୍ମାର୍ଟ ସ୍କୁଲର ଛାତ୍ରଛାତ୍ରୀ ସକାଳ ୭:୩୦ ରେ ହରିହର ବିହାର ଲାବଣ୍ୟ ବିହାର ପ୍ରଭାତଫେରି କରିଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଓ ସାମ୍ୱାଦିକ ଶ୍ରୀ ଯୁକ୍ତ ଜିତେନ୍ଦ୍ର ନାରାୟଣ ମିଶ୍ର ପତକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଙ୍କ ମାନଙ୍କ ପାଇଁ ବାର୍ତା ଥିଲା ଯେ ଆଜକୁ ୭୯ ବର୍ଷ ତଳେ ଆମ ଭାରତ ସ୍ଵାଧୀନତା ପାଇଥିଲା ସେତେବେଳେ ଇଂରେଜ ମାନେ ଭୀଷଣ। ଅତ୍ୟାଚାର କରିଥିଲେ ସେ ସମୟରେ ଆମର ଦେଶ ପ୍ରେମୀ ମହାତ୍ମା ଗାନ୍ଧି , ସୁବାଷ ବୋଷ , ଜବାହରଲାଲ ନେହୁରୀ ଆଦି ଅନେକ ଦେଶପ୍ରେମୀ ଦେଶ ସ୍ଵାଧୀନ ପାଇଁ ବଳିଦାନ ଦେଇଛନ୍ତି ଏବଂ ପ୍ରଥମେ ମା ବାପା ଯେମିତି ଆମର ସୁରକ୍ଷା ଦେଖୁଛନ୍ତି ଠିକ ସେମିତି ଆଜିର ପିଲାମାନେ ପରିବେଶର ସୁରକ୍ଷା କରିବା ପ୍ରଥମ ଦାଇତ୍ୱ ।

ଏତିକି କହି ସେ ନିଜର ବକ୍ତବ୍ୟ ଶେଷ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ କହିଲେ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଏକ ସୁସ୍ଥ ସମାଜ ଗଡ଼ିବାରେ ସାହାଯ୍ୟ କରନ୍ତି । ଆଜିର ଶିଶୁ କାଲିର ଦେଶର ଭବିଷ୍ୟତ । ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ , ଶୃଙ୍ଖଳିତ ବ୍ୟବହାର , କଳାସଂସ୍କୃତି ନିପୁଣ ହେବା ଆବଶ୍ୟକ । ପ୍ରତେକ ଅଭିଭାବକ ମାନେ ତାଙ୍କ ନିଜ ପିଲମାନଙ୍କୁ ଠିକ ସମୟରେ ବିଦ୍ୟାଳୟକୁ ଛାଡିବା , ପାଠପଢ଼ା ତଦାରଖ କରିବା ଶୃଙ୍ଖଳିତ କରିବା ପାଇଁ ଆଗଭର ହୁଅନ୍ତୁ । ଛାତ୍ରଛାତ୍ରୀମାନେ ଅଭିବାବକ ଓ ଶିକ୍ଷକମାନଙ୍କ କଥା ମାନିଚଳିଲେ ଦେଶର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , ରାଜପାଳ ଆଦି ଉଚ୍ଚପଦବୀରେ ପହଁଚିପାରିବେ । ଶେଷରେ ବିଦ୍ୟାଳୟର ଅଧକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ ।

ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ l 16 ଅଗଷ୍ଟ ଶନିବାର ଦିନ ବିଦ୍ୟାଳୟ ରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଥିଲା କୁନି କୁନି ଛାତ୍ରଛାତ୍ରୀ ମାନେ କୃଷ୍ଣ, ବଳରାମ ଓ ରାଧା ବେଶରେ ଆସିଥିଲେ l କୃଷ୍ଣ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ପିଲାନେ ନୃତ୍ୟ ପରିବେଷଣ କରି ଖୁସି ବାନେଇଥିଲେ l ହିମାଦ୍ରୀ ତନୟା ସବୁଠାରୁ କାମ ବୟସରେ କୁନି ରାଧା ରାଣୀ ବେଶରେ ଆସିଥିଲେ l ଏହା ଚର୍ଚ୍ଚା ରେ ବିଷୟ ଥିଲା l ସ୍କୁଲ ର ଐଶ୍ଵରିଆ ମହାନ୍ତି, ସାଗରିକ ପ୍ରଧାନ, ଜ୍ଞାନ ଜ୍ୟୋତି ସିଂ, ପ୍ରିୟଙ୍କା ରଥ, ସନ୍ଧ୍ୟା ରାଣୀ ବାରିକ, ବିଶ୍ୱଜିତା ମିଶ୍ର, ସନ୍ଧ୍ୟା ରାଣୀ ମହାରଣା, ପ୍ରଲ୍ଲବୀ ମିଶ୍ର, ଲିପ୍ସା ମହାନ୍ତି, ଦେବେନ୍ଦ୍ର ପ୍ରଧାନ ଓ ବିପିନ ଭୋଇ ଦୁଇ ଦିନର କାଯ୍ୟକ୍ରମ କୁ ପରିଚାଳନା କରିଥିଲେ