ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ଆସିଲା ନାହିଁ ଶବ ବାହକ ଗାଡ଼ି କାନ୍ଧରେ ବୁହାହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଫୁପୁଗାଁ ଗ୍ରାମରେ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ କୁମୁଲି ଗ୍ରାମ ପଞ୍ଚାୟତ ନିକଟ ପୂର୍ଣ୍ଣିଗୁଡା ଗ୍ରାମର କରୁଣା ଅମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଫୁପୁଗାଁ ନିବାସୀ ଅଭି ଅମନାତ୍ୟ ଙ୍କୁ ବିବାହ କରିଥିଲେ।

ବିବାହ ପରେ ତାଙ୍କର‌ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହୋଇଥିଲେ।ତେବେ ସାନ ଝିଅ ଜନ୍ମ ହୋଇ ତିନି ମାସ ହୋଇ ଥିବାରୁ କରୁଣା ତାଙ୍କର ଘର କୁମୁଲି ନିକଟ ପୂର୍ଣ୍ଣିଗୁଡା କୁ ଯାଇଥିଲେ। ସେଠାରେ ତାଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା ‌।

ତେବେ ସରକାରୀ ଗାଡ଼ି କି କୌଣସି ସରକାରୀ ସାହାଯ୍ୟ ମିଳିନଥିଲା।ଅଭିଙ୍କ ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ଅର୍ଥ ଅଭାବରୁ କୌଣସି ଗାଡ଼ିର ବ୍ୟବସ୍ଥା କରି ପାରିନଥିଲେ।ଫଳରେ ତାଙ୍କର ସମ୍ପର୍କୀୟମାନେ କୌଣସି ଉପାୟ ନ ପାଇ ପ୍ରାୟ କୋଡିଏ କିଲୋମିଟର ଖଟିଆରେ ବୋହି ଗାଁ କୁ ଆଣି ମୃତ ଦେହ ଶବ ସତ୍କାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ‌ ସରକାରୀ ଯୋଜନା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।