ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଶଙ୍ଗ ଖେଳ ପଡିଆ ଠାରେ ଶୁକ୍ରବାର ପଞ୍ଚାୟତ ସ୍ତରୀୟ ବାର୍ଷିକ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଏହି ପ୍ରତିଯୋଗିତା 2ଦିନ ଧରି ଚାଲୁ ରହିଥିବା ବେଳେ ହରଭଙ୍ଗା, କୁଶଙ୍ଗ ଓ ତଳଗାଁ, ମହାଲିକପଡା ପଂଚାୟତ ର କୁସାଶୀଙ୍ଗା , କୁସଙ୍ଗ, କୁମାରୀ, ହାତିଗଡ଼ , ଗେରିଡିସାହି, ମହାଳିକ ପଡ଼ା, ସାତଖଣ୍ଡ,ଅଡ଼ି ଏମ ଇ ସ୍କୁଲ୍ ର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ l

ପ୍ରତିଯୋଗିତା ରେ ଗଣିତ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ,ମେଜିକ ଚେୟାର, ସଟପୁଟ,୧୦୦ ମିଟର ଦୌଡ଼,ଆଦି ଖେଳ ହୋଇଥିବା ବେଳେ ଆଜି କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ରାଶି ଦେଇ ଉତ୍ସାହିତ କରାଯାଇଥିଲା l

;ପ 0ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, କୁସଙ୍ଗ କ୍ଳଷ୍ଟର CRCC ବିଶ୍ୱନାଥ ସ୍ୱାଇଁ,ଅନ୍ୟତମ ଅତିଥିଭାବେ କୁସଙ୍ଗ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ସମିତି ମେମ୍ବର କାହ୍ନୁ ଚରଣ ନାଥ, ମହାଲିକ ପଡା ସମିତି ସଭ୍ୟା ସୁଷମା ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଉକ୍ତ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁଶଙ୍ଗ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବେଳେ ଉଦଯାପନୀ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l