ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ପରିଦର୍ଶକ ତଥା ଓଡ଼ିଶା ରାଜ୍ୟ ରାଜସ୍ବ ସଙ୍ଗ ଶାଖା ର ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଗଡ଼ ତହସିଲ ଅଧିନରେ ଥିବା ଆଠ ଗୋଟି ରାଜସ୍ବ କାର୍ଯ୍ୟାଳୟ ର ନିରୀକ୍ଷକ ମାନେ ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

୨୫ ଜାନୁୟାରୀ ରୁ କଳା ଵ୍ୟାଚ ପିନ୍ଧି ସମସ୍ତ ଅଧିକାରୀ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ଦଶ ଦିନ ପରେ କଳମ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମୁଖ୍ୟ ଦାବି ଗୁଡିକ ମଧ୍ୟରେ କ୍ୟାଡ଼ର ପୁନଃ ନିର୍ଦ୍ଧାରଣ ଯୋଗ୍ୟତା ଭିତ୍ତିରେ ଗ୍ରେଡେଶନ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଙ୍କ କ୍ୟାଡ଼ର ପୁନଃ ନିଦ୍ଧାରଣ ଯୋଗ୍ୟତା ଭିତ୍ତିରେ ଗ୍ରେଡେଶନ ଅତିରିକ୍ତ ରାଜସ୍ବ ନୀରିକ୍ଷକ ଙ୍କ ଗ୍ରେଡ ପେ ଵୃଦ୍ଧି ରାଜସ୍ବ ମଣ୍ଡଳ ରେ କର୍ମଚାରୀ ନିଯୁକ୍ତି ରାଜସ୍ବ ଵିଭାଗ ରୁ କୃଷ କ୍ଷେତ୍ର ସମ୍ଵଦ୍ଧୀୟ କାର୍ଯ୍ୟ ବର୍ଜ୍ଜନ ଆଦି ଦାବି ରହିଥିବା ଜଣାପଡିଛି କୃତ୍ତପକ୍ଷ ଙ୍କ ଏହି ଦାବି ପତ୍ର ଦେଵା ସମୟରେ।

ଜିତେନ୍ଦ୍ର କୁମାର ନାଏକ,ଅମର କାନ୍ତ ମଙ୍ଗରାଜ,ରତେନ୍ଦ୍ର ନିଆଲ,ସକୁନ୍ତଲା ଜେନା,ସୁନୀଲ ପଟ୍ଟନାୟକ, କିଶୋର ଵୋଡକିଆ, ସନ୍ତୋଷ ପଣ୍ଡା, ଜେମା ମାଝୀ , ରଜନୀ କାନ୍ତ, ସ୍ଵସ୍ତିକ ଦଲାଇ,ଆକଵର ଶବର, ରଞ୍ଜିତ ରାଉତ ଉପସ୍ଥିତ ଥିଲେ।