କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ରସେନ ଭବନ ଠାରେ ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷ ରୁ ନୂତନ ମତ ଦାତା ମାନଙ୍କୁ ଭୋଟ ର ଅଧିକାର ଓ ଗଣତନ୍ତ୍ର ରେ ଭୋଟର ହିଁ ସବୁଠୁ ଶକ୍ତିଶାଳୀ ଓ ଗୋଟିଏ ଗୋଟିଏ ଭୋଟ ର ମୂଲ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା।କେସିଙ୍ଗା ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ପିଂକୁ ପରିଡ଼ା ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟା ରେ ନବ ମତ ଦାତା ମାନେ ଯୋଗ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ଶୁଣି ଥିଲେ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ନୂତନ ମତ ଦାତା ଙ୍କ ପାଇଁ ଖୋଲା ଯାଇଥିବା ନୂତନ ଏପ ବିଷୟରେ ଆଲୋଚନା କରାଯାଇ ଥିଲା। ଆଗାମୀ ନିର୍ବାଚନରେ ବିଜେପି ର ଘୋଷଣା ପତ୍ର ରେ ନବ ଦାତା ଙ୍କ ଇଚ୍ଛା ଅନୁସାରେ ହେବ ବୋଲି କହିଲେ. ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ବିଜେପି ନଗର ସଭାପତି ମଗନ୍ ସିନ୍ଦୂର,ଜିଲ୍ଲା କୋଡ଼ିନେତର ସନ୍ତୋଷ ଦାସ,ପୂର୍ବତନ ନଗର ପାଳ ସରିତା ସିନ୍ଦୂର, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ,କୁନା ଦାସ,ଲୋକନାଥ ଦୁର୍ଗା, କେସିଙ୍ଗା ନଗର ସାଧାରଣ ସଂପାଦକ ପ୍ରିତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।