ହରଭଙ୍ଗା :  ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ଆଜି ଦ୍ୱିତୀୟ ସେମି ଫାଇନାଲ ରେ ପହଂଚିଛି । ଦ୍ୱିତୀୟ ସେମିଫାଇନାଲ ଖେଳରେ IRB ବୌଦ୍ଧ ସହିତ ଅନଗୁଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ଓ ନିର୍ଦ୍ଧାରିତ ସମୟ ଭିତରେ ଉଭୟେ ସମାନ ସ୍ଥିତିରେ ଥିବାରୁ ପେନାଲ ଟିକ ଷ୍ଟାଇବେକର ରେ ଅନଗୁଳ ୫ /୪ ରେ ବିଜୟୀ ହୋଇ ଫାଇନାଲ ରେ ପହଞ୍ଚିଛି l

ଦ୍ୱିତୀୟ ସେମି ଫାଇନାଲ ଖେଳ ରେ ମୁଖ୍ୟ ଅତିଥିଭାବେ ଯୁବ ଡାକ୍ତର ସୋମ୍ୟ ରଞ୍ଜନ ବାରିକ ଅନ୍ୟତମ ଅତିଥିଭାବେ ବିରେନ କର୍ଣ୍ଣ, ଅରଣ୍ୟ ସେଠି, ସୁଜିତ କୁମାର କର୍ଣ୍ଣ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ଆଜିର ଦ୍ୱିତୀୟ ସେମି ଫାଇନାଲ ରେ ଖେଳକୁ ମୁଖ୍ୟ ରେଫରୀ ସୁଜିତ୍ ରାଜହଂସ ପରିଚାଳନା କରିଥିବା ବେଳେ ସୁଶିଲ ବେହେରା,ପ୍ରତାପ ପ୍ରଧାନ ସରୋଜ ମଲିକ, ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

ଆଜିର ଖେଳ କୁ ବୁଦ୍ଧ ଦେବ କ୍ଲବ୍ ର ସଭାପତି ସ୍ୱାଧୀନ ଦୀପ,ସଂପାଦକ ସୁଶୀଲ ସେଠି,ମନୋଜ ସେଠି, ନଗେନ ଦୀପ, ରଜତ ଖମାରି, ଜୟନ୍ତ ଚାଉଳି, ଆଲୋକ ପ୍ରଧାନ, ସାନନ୍ଦ ଡାଙ୍ଗ, ସାଗର ମହାକୁଡ଼ ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l ଏହି ଟୁର୍ନାମେଣ୍ଟ ଆସନ୍ତା ଶୁକ୍ରବାର ଦିନ ଫାଇନାଲ ଖେଳ ହେବାକୁ ଥିବା ବେଳେ ଆସନ୍ତା କାଲି ମହିଳା ଫୁଟବଲ ଖେଳ ସୋନପୁର ପୋର୍ଟ୍ସ ହଷ୍ଟେଲ ଓ ନୟାଗଡ ପୋର୍ଟ୍ସ ହଷ୍ଟେଲ ମଧ୍ୟରେ ହେବା ନେଇ ଆୟୋଜିତ କମିଟି ପକ୍ଷରୁ ସୂଚନା ମିଳିଛି l