ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ -ହରଭଙ୍ଗା ରାସ୍ତାର ସଗଡ଼ିଆ ନାଳ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ଜଣାପଡିଛି l

ସୂଚନାଅନୁଯାଇ ଛତ୍ରଙ୍ଗ ଠାରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ତାଲିମଶିବିର ଯୋଗ ଦେଇ ତାଲିମ ସାରି ଏକ ବାଇକ ଯୋଗେ ଶିକ୍ଷକ ପରମାନନ୍ଦ ସାହୁ, ଶିକ୍ଷୟତ୍ରୀ ପ୍ରମିଳା ସାହୁ ଫେରୁଥିଲେ ଛତ୍ରଙ୍ଗ ରାଇସମିଲ ରୁ କାର୍ଯ୍ୟ ସାରି ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଆରୋହୀ ସଗଡ଼ିଆନାଳ ନିକଟରେ ଉଭୟ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳ ରେ ବାଇକ ଆରୋହୀ ଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମୁଣ୍ଡ ରେ ଗଭୀର ଆଘାତ ହୋଇଥିଲା ଉଭୟ ତିନିଜଣ ରାସ୍ତାରେ ଛିଟିକି ପଡି ଗୁରୁତର ଭାବେ ରାସ୍ତାରେ ପଡିରହିଥିଲେ

ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ହରଭଙ୍ଗା ମେଡିକାଲ କୁ ନେଇଥିଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ପଠାଇ ଥିବା ଜଣାପଡିଛି l ଏପଟେ ହରଭଙ୍ଗା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି l