ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ,” ନମୋ ମତଦାତା ସମ୍ମିଳନୀ,” ବୌଦ୍ଧ ଜିଲ୍ଲା ର ତିନି ଗୋଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ବୌଦ୍ଧ ବିଧାନ ସଭା ନିର୍ବାଚନ ପାଇଁ ବୌଦ୍ଧ ରାଜବାଟିନୂତନ ବିଜେପି କାର୍ଯ୍ୟାଳୟ ସମ୍ମୁଖ ପଡିଆ ରେ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବାଉଶୁଣୀ କଲ୍ୟାଣ ମଣ୍ଡପ ଠାରେ ଓ ପଲସାଗୁଡା କଲ୍ୟାଣ ମଣ୍ଡପ ଠାରେ ଏଲ. ଇ. ଡି .ମାଧ୍ୟମରେ ସିଧା ପ୍ରସାରଣ ଭାଷଣ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଜୀ ଙ୍କ ସମସ୍ତ ଯୁବ ଭୋଟର୍ ମାନଙ୍କୁ ଦେଇଥିବା ବକ୍ତବ୍ୟ କୁ ଦେଖିବା ସହିତ ଶୁଣିବା ର ବ୍ୟବସ୍ତା ହୋଇଥିଲା ।

ମାନ୍ୟବର ପ୍ରଧାନମନ୍ତ୍ରୀ ଆଜିର ଏହି କାର୍ଯ୍ୟକ୍ରମ ରେ ଭାରତର ସବୁ ରାଜ୍ୟ ର ଯୁବ ଭୋଟର୍ ମାନଙ୍କୁ ବଧେଇ ଜଣାଇବା ପରିପ୍ରେକ୍ଷୀରେ କିପରି ଯୁବକ ଯୁବତୀ ନୂଆ ଭୋଟର୍ ମାନେ ଦେଶ ର ପ୍ରଗତି ରେ ଅଂଶ ଗ୍ରହଣ କରି ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଜନ୍ମଭୂମିକୁ ନିଜର କରି ସରକାର ଙ୍କ ବିଭିନ୍ନ ଯୋଜନା ରେ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିବା ପାଇଁ ନୂତନ ବୈଷୟିକ ଜ୍ଞାନ ଆହରଣ କରି ଦେଶକୁ ଆଗକୁ ବଢ଼ିବାରେ ସହଯୋଗ କରିବା ପାଇଁ ଆହ୍ବାନ ପ୍ରଦାନ କରିଥିଲେ ।

ଆଜିର ଏହି ୩ ଗୋଟି ସ୍ଥାନରେ ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ,ବାଉସୁନୀ ଠାରେ ଶ୍ରୀ କନେ ହିଁ ଚରଣ ଡ।ଙ୍ଗ ଙ୍କ ନେତୃତ୍ବରେ ଓ ପଲଶ।ଗୁଡ଼। ଠାରେ ଶ୍ରୀ ଅଟଳ ବିହାରୀ ପ୍ରଧାନ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା। ଜିଲ୍ଲା ର ସମସ୍ତ ତିନି ଗୋଟି ସ୍ଥାନରେ ଜିଲ୍ଲା ର ଯୁବ ଭୋଟର୍ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବୌଦ୍ଧ ଠାରେ ଶ୍ରୀ ସଚିଦ। ନନ୍ଦ ଦଲାଲ, ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ରସୂର୍ଯ୍ୟ ନାରାୟଣ ମହାପାତ୍ର , କର୍ଣ୍ଣେଲ ଶିଶିର କୁମାର ଘୋଷ ବିକାଶ ମହାକୁଡ, ବିଶି କେଶ ନ ପ୍ରଧାନ ,ମାଗୁଣି ଗାଈଗୌରୀଆ ଙ୍କ ସହିତ ଜିଲ୍ଲା ବିଜେପି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ସ୍ଥାନରେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଓ ଅନ୍ୟ ଦୁଇଟି ସ୍ଥାନରେ ସ୍ଥାନୀୟ ବିଜେପି ନେତୃବୃନ୍ଦ ପ୍ରମୁଖ ଙ୍କ ଉପସ୍ଥିତି ରେ ଅନୁଷ୍ଟିତ ହୋଇଥିଲା l