ଧର୍ମଗଡ଼ :୨୫/୧(ହେମନ୍ତ କୁମାର ମାଝୀ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫୦୦୦ ହଜାର ଗୋଟି ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ ନମୋ ନଵମତ ଦାତା ଙ୍କୁ ସମ୍ଵେଧିତି କରିଥିବା ବେଳେ ସେହି ପରୀପେକ୍ଷୀ ରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ଦୁଇ ଗୋଟି ସ୍ଥାନରେ ଏହି ସମ୍ଵିଳନୀ କରାଯାଇଥିଲା। ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ପରିଷର ଏଵଂ କଳମପୁର ଠାରେ କଲୋଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ସମ୍ମିଳନୀ ହୋଇଥିଲା।

ଧର୍ମଗଡ଼ ଠାରେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମନିନ୍ଦ୍ର ଭୁଷଣ ପାତ୍ର ଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ହୋଇଥିଲା ଏବଂ ଅନ୍ୟ ମାନଙ୍କ ମଧ୍ୟ ରେ କେନ୍ଦ୍ରୀୟ ସଦସ୍ୟ ଧନଞ୍ଜୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ପୂର୍ବତନ ରାଜ୍ୟ ଓଵିସି ମୋର୍ଚ୍ଚା ସଂପାଦକ ଜନ୍ମେଜୟ ନାଏକ, ନଗର ପାଳ ଅଶୋକ ମହାନ୍ତି, ନଗର ସାଂସଦ ପ୍ରତିନିଧି ହେମନ୍ତ ମାଝୀ, ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ନଗର ଯୁବ ମୋର୍ଚ୍ଚା ସଭାପତି ସୈାରଭ ମିତ୍ତଲ, ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଡମ୍ବରୁଧର ଠାକୁର, ଯୁବ ମୋର୍ଚ୍ଚା ନଗର ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର, ଆଇନ ପରାମର୍ଶଦାତା ଘନଶ୍ୟାମ ଅଗ୍ରୱାଲ, ସୁଧୀର ଵାଗ, ସେତୁ ରାମ ଭକ୍ତ, ସମେତ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ନମୋ ନଵମତ ଦାତା ଙ୍କୁ ନିଜର ପ୍ରଥମ ଭୋଟ ସଠିକ ଲୋକଙ୍କୁ ଦେଵା ସହିତ ଯେଉଁମାନେ ନିଜର ଭୋଟ ନ ଦେଇ ଘରେ ରହି ଯାଉଛନ୍ତି

ସେମାନଙ୍କୁ ଉତ୍ସାହିତ କରି ଭୋଟ କେନ୍ଦ୍ର କୁ ଆସି ଭୋଟ ଦେଵା ପାଇଁ ଉତ୍ସାହିତ କରି ଭୋଟ ଦେଵା କେନ୍ଦ୍ର କୁ ଆସି ଭୋଟ ଦିଅନ୍ତୁ ଵେଳି କହିଥିବା ଵେଳେ ନିଜ ଭୋଟ ଦେଶ ଗଠନ ର ମୁଖ୍ୟ ସୂତ୍ର ହେବ ବୋଲି କହିଥିଲେ। ଶୋଷ ରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ସଙ୍ଗୀତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପାୟଳ ସୁନାନୀ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ତିନି ଜଣ ନଵୀନ ଗହିର,ଦୁତି କୃଷ୍ଣ ରାଉତ,ପ୍ରତି ଶ୍ରୀ ଦାସ, ଏଵଂ ତୃତୀୟ ପୁରସ୍କାର ସନ୍ତୋଷୀନି ନାଏକ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ ରେ କାଙ୍କେରୀ ଵୋର୍ଡର ସେକେଣ୍ଡାରୀ କଲୋଜ ଛାତ୍ର, ଛାତ୍ରୀ ଵେହେରା ଲଖିରାମ କଲୋଜ ଛାତ୍ର, ଛାତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ, ଏଵଂ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ର ଛଅ ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ ।