ଖପ୍ରାଖୋଲ :୨୨/୧( ତାପସ ରଂଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଠାରେ ଚାଲିଥିବା ୧୬ ତମ ଭୈରବୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଧଣ୍ଡାମୁଣ୍ଡା ଓ ଝାଙ୍କରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଝାଙ୍କରପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭର ରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ଧଣ୍ଡାମୁଣ୍ଡା ଦଳ ୧୨ଓଭର ରେ ୪ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରି ନେଇଥିଲା ।

ଯାହା ଫଳରେ ଧଣ୍ଡାମୁଣ୍ଡା ଦଳ ଚାମ୍ପିୟନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଭୈରବୀ କ୍ରିକେଟ୍ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ସରୋଜ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣାଗଡ ବିଧାୟକ ପ୍ରତିନିଧି ରମେଶ ପଧାନ, ଭାନପୁର ସରପଞ୍ଚ ରୀନା ଜାଲ, ଖପ୍ରାଖୋଲ ବ୍ଲକ୍ ଉପାଧ୍ୟକ୍ଷ ଶୁଖିରାମ ଷାଣ୍ଢ , ଅମିତ୍ ସୁନା, ଡିଲେଶ୍ୱର ଜାଲ, ତୁର୍ଲା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ଭୂପିନ୍ଦ୍ର ବନଗୁଲା, ଗୋପାଲ ପାତ୍ର, ବ୍ରହ୍ମା ନନ୍ଦ ସାହୁ, ଟିକେଲାଲ ପାତ୍ର ଯୋଗ ଦେଇଥିଲେ।

ଚାମ୍ପିୟନ ଦଳକୁ ଟ୍ରଫି ସହ ୧୧୦୧୧ ଟଙ୍କା ଏବଂ ରନର୍ସ ଅପ ଦଳ କୁ ଟ୍ରଫି ସହ ୭୦୭୦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। ଅମ୍ପାୟାର ରୁପେ ନିକୁ ଶବର ଓ ପ୍ରଶାନ୍ତ ମେହେର ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ଆଶିଷ ପାଣିଗ୍ରାହୀ ଦାୟିତ୍ଵ ତୁଲାଇଥିଲେ। ବିଜୁ ସୁନା ଓ ରଞ୍ଜିତ ମେହେର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ଧରୁଆ, ଧର୍ମେନ୍ଦ୍ର ଭୋଇ, ମନିଲାଲ ଛତର, ସତ୍ୟବାନ ଖର୍ସେଲ, ଗୋପାଲ ବାରିକ, ନିରଞ୍ଜନ ଭୋଇ, ରାମଚନ୍ଦ୍ର ବରିହା, କୁଶ ରଞ୍ଜନ ଭୋଇ, ବିଦ୍ୟା ମେହେର, ଆକାଶ ପାଣଗ୍ରାହୀ, ପପୁ ଭୁଏ, ନରେଶ ବାରିକ, କେଦାର ବାରିକ, ଓଁକାର ଭୋଇ, ସୁବିତ ଭୋଇ, ସ୍ଵାଧୀନ ପଣ୍ଡା, ଉତ୍ତମ ମାଝୀ, ଅରୁଣ ଖର୍ସେଲ, ବିଦ୍ୟା ମେହେର, ନବୀନ ଭୁଏ, ନୀଳକାନ୍ତ ପାତ୍ର, ହୀରାଧର ଶବର, ଛବିଲ ପଧାନ, ମହେନ୍ଦ୍ର କାଲସାଏ ପ୍ରମୁଖ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ଟି ଆଠ ଦିନ ଧରି ଚାଲିଥିବା ବେଳେ ୧୬ ଟି ଦଳ ଭାଗ ନେଇଥିଲେ ।