ଧର୍ମଗଡ:୨୧/୧(ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ଅନ୍ତର୍ଗତ ରାଜ ମୋଟେର ଗ୍ରାମ ଠାରେ ଚାଲି ଥିବା ଫାଲଗୁନୀ ପୁଝାରୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ଏହି ପ୍ରତିଯୋଗୀତା ରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରି ଥିଲେ ।ଫାଇନାଲ ଖେଳ ବୃନ୍ଦାବାହାଲ ଓ ମାଝୀ ପଡ଼ା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ଟସ୍ ହାରି ବୃନ୍ଦା ବାହାଲ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟ ରେ ୧୬୧ ରନ କରିଥିଲେ । ଜବାବ ରେ ମାଝୀ ପଡ଼ା ଦଳ ମାତ୍ର ୮୫ ରନ କରିବାକୁ ସମର୍ଥ ହୋଇ ଥିଲେ ।

ରାହୁଲ ପୁଝାରୀ ଓ ରାଜେନ୍ଦ୍ର ପୁଝାରୀ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ସମାଜ ସେବୀ ଘନ ଶ୍ୟାମ ଅଗ୍ରୱାଲ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ନରୋତ୍ତମ ପୁଝାରୀ, ପରେଶ୍ୱର ପୁଝାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଦଳ କୁ ପୁରସ୍କୃତ କରିଥିଲେ । କମିଟି ସଭାପତି ଲକି ପୁଝାରୀ, ସମ୍ପାଦକ ଉଛବ ପୁଝାରୀ , ନୀଳାଚଳ ବାଗ, ସୁରେନ୍ଦ୍ର ପୁଝାରୀ, ସାରଙ୍ଗଧର ପୁଝାରୀ, ଧବଳେଶ୍ଵର ପୁଝାରୀ ଓ ଅନ୍ୟ ମାନେ କ୍ରୀଡ଼ା ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।