ବୁଦ୍ଧଦେବ କ୍ଳବ ୨ /0ରେ ବିଜୟୀ ହୋଇ ପ୍ରଥମ ସେମିରେ ପ୍ରବେଶ

ହରଭଙ୍ଗା : ( ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁରର୍ଣ୍ଣମେଣ୍ଟ ରବିବାର ଦ୍ୱିତୀୟ ଦିନରେ ପହଁଚିଛି । ଦ୍ୱିତୀୟ ଦିନ ଖେଳରେ ପ୍ରଗଳପୁର ବୁଦ୍ଧଦେବ କ୍ଳବ ସହିତ ଚକାଡୋଳା କ୍ଳବ ଜି. ଉଦୟଗିରି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବୁଦ୍ଧ ଦେବ କ୍ଳବ ପ୍ରଗଳପୁର ମଧ୍ୟlନ୍ତର ପୂର୍ବରୁ୧ /0ଗୋଲ ରେ ଆଗୁଆ ରହିଥିଲା l

ଦ୍ୱିତୀୟ ଦିନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ରାମଗଡ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ସମ୍ମାନିତ ଅତିଥିଭାବେ ସାମ୍ପୋଚ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ରାମଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ, ସାନନ୍ଦ ମେହେର ଓ ସାରଥୀ ସେଠି ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ l ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଗଳପୁର ବୁଦ୍ଧ ଦେବ କ୍ଳବ ୨ /0 ଗୋଲ ରେ ରେ ବିଜୟୀ ହୋଇ ପ୍ରଥମ ସେମିଫାଇନାଲ ରେ ପ୍ରବେଶ କରିଛି l

ଖେଳକୁ ମୁଖ୍ୟ ରେଫରୀ ସୁଜିତ୍ ରାଜହଂସ ପରିଚାଳନା କରିଥିବା ବେଳେ ସୁଶିଲ ବେହେରା,ପ୍ରତାପ ପ୍ରଧାନ ସରୋଜ ମଲିକ, ଖେଳ ପରିଚାଳନା ରେ ସହଯୋଗ କରିଥିଲେ।ଖେଳ କୁ ବୁଦ୍ଧ ଦେବ କ୍ଲବ୍ ର ସଭାପତି ସ୍ୱାଧୀନ ଦୀପ,ସଂପାଦକ ସୁଶୀଲ ସେଠି,ମନୋଜ ସେଠି, ନଗେନ ଦୀପ, ରଜତ ଖମାରି, ଜୟନ୍ତ ଚାଉଳି, ଆଲୋକ ପ୍ରଧାନ, ସାନନ୍ଦ ଡାଙ୍ଗ, ସାଗର ମହାକୁଡ଼ ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l ଟୁର୍ନାମେଣ୍ଟ ର ପ୍ରଥମ ସେମି ଫାଇନାଲ ରେ ଜୟଦୁର୍ଗା କ୍ଳବ ସୋନପୁର ସହିତ ପ୍ରଗଳପୁର ବୁଦ୍ଧ ଦେବ କ୍ଳବ ଭିତରେ ଅନୁଷ୍ଠିତ ହେବା ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି l