ମୁନିଗୁଡା : (ରମାକାନ୍ତ ପୋଡାଳ )ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଜନଜାତିଙ୍କ ସାଂସ୍କୃତିକ ଓ ସାମାଜିକ ସ୍ଥରରେ ସୁଦୃଢ କରିବାକୁ ମୁନିଗୁଡ଼ା ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ସାସୃତିକ କାର୍ଯକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ସମେତ ବହୁ ଆଦିବାସୀ ନେତୃତ୍ୱ ଯୋଗ ଦେଇଛନ୍ତି।

ଏହି ବ୍ଲକ ସ୍ଥରୀୟ ସାସୃତିକ କାର୍ଯକ୍ରମ ଅବସରରେ ନିୟମଗିରିର ଆଦିମ ଜନଜାତିଙ୍କ ନୃତ୍ୟ ସମେତ ବହୁ ସ୍କୁଲ କଲେଜର ଆଦିବାସୀ ଛାତ୍ର ଛାତ୍ରୀ ନୃତ୍ୟ ପରିବେଷଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆଇସୀଆଇସୀଆଇ ବ୍ୟାଙ୍କ, ମିଶନ ଶକ୍ତି ଓ ଡିକେଡିଏ ତରଫରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶିତ ହୋଇଛି।