ଭବାନୀପାଟଣା : (ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ବିଶ୍ୱନାଥ ସରକାରୀ ଉଚ୍ଚ ଵିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ l ପୂର୍ବତନ ପ୍ରଧାନ ଶିକ୍ଷକ ପରମାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ୍ୟ ଚିନ୍ତାମଣି ବେହେରା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ପଣ୍ଡା, ସରପଞ୍ଚ ତ୍ରିୟମ୍ବକ ଭୋଇ, ପରିଚାଳନା ସମିତି ସଭାପତି ସଞ୍ଜୟ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l

ଏହି ଅବସରରେ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା l ଵିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ବରିଷ୍ଠ ଶିକ୍ଷକ ବିଭୀଷଣ ପାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ l ମଞ୍ଚାସିନ ଅତିଥିମାନେ ଭାଷା ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନା କ୍ଲବ ଦ୍ୱାରା ବିଭିନ୍ନ ପ୍ରଦର୍ଶନ କରାଯାଇଥିଲା l କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଶତ ରଙ୍ଗl ରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ଅଭିଭାବିକା, ପୂର୍ବତନ ଛାତ୍ର ଓ ପରିଚାଳନା ସମିତି କର୍ମକର୍ତ୍ତା, ଶୁଭେଛୁ ମାନଙ୍କୁ ଅନେକ ସମୟ ଧରି ବାନ୍ଧି ରଖିଥିଲା l ଶିକ୍ଷକ ବିଭୀଷଣ ପାନ ଓ ବୀରେନ୍ଦ୍ର ଚୌହାନ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଅନୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅବସର ପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ଠାକୁର, ଭାବଗ୍ରାହୀ ପଣ୍ଡା, ବିଶ୍ୱନାଥ ପଣ୍ଡା, ହରେକୃଷ୍ଣ ପାଣିଗ୍ରାହୀ ଏବଂ ଶିକ୍ଷକ ପଦ୍ମଲୋଚନ ସତପଥି ଙ୍କ ଉପସ୍ଥିତି ଆୟୋଜକ ମାନଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲା l ଵିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ, ସ୍କାଉଟ ଟ୍ରୁପ ସହଯୋଗ କରିଥିଲେ l