ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଫ୍ରେଣ୍ଡଆସୋସେସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ 2024 ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଲାଲ ବହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆ ଠାରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଜି ଫାଇନାଲ ରେ JD କ୍ଳବ ଫୁଲବାଣୀ ସହିତ BSF କ୍ଲବ ସୋନପୁର ମଧ୍ୟରେ ଚିତାକର୍ଷକ ଖେଳ ଉଭୟ ଦଳ ପ୍ରଦର୍ଶନ କରିଥିଲେ l

ସେମିଫାଇନାଲ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାର ଙ୍କ ଜଙ୍ଗଲଓ ଜଳ ବାୟୁ ପରିବର୍ତ୍ତନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅଜୟ କୁମାର ଲୁହା (BEO), ବାମଣ୍ଡା ସରପଞ୍ଚ ଇନ୍ଦ୍ରମଣି ଝାଙ୍କର, ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରାଇଥିଲେ l ଖେଳର ନିର୍ଦ୍ଧାରିତ ସମୟ ଭିତରେ ଉଭୟ ଦଳ ଗୋଲ ସ୍କୋର କରିପାରି ନ ଥିବାରୁ ଆୟୋଜକ କମିଟି ଓ ଉଭୟ ଦଳ ବୁଝାମଣାରେ ପେନାଲଟିକ ର ସହାୟତା ନିଆଯାଇଥିଲା ପେନାଲଟିକ ଟ୍ରlଇବେକର ରେ BSF କ୍ଲବ ସୋନପୁର 4/2 ଗୋଲ ସ୍କୋର କରି JD କ୍ଲବ ଫୁଲବାଣୀ ଠାରୁ ବିଜୟୀ ହୋଇ ଗୀତାରାଣୀ ମେମୋରିଆଲ ଟ୍ରଫି ହାତେଇବାରେ ସଫଳ ହୋଇଛି l

ଫାଇନାଲ ରେ ମୁଖ୍ୟ ରେଫରି ଭାବେ ସୁବ୍ରତ କୁମାର ପୁରୋହିତ ଖେଳ ପରିଚାଳନା କରିଥିବା ବେଳେ ସୁବ୍ରତ କୁମାର ପୁରୋହିତ, ମାନସ କୁମାର ବିଶ୍ବାଳ, ସୁଜିତ ରାଜହଂସ, ଦିଲ୍ଲୀପ କୁମାର ରାଉତ ଓ ରଞ୍ଜନ କୁମାର ଯୋଷୀ ସହଯୋଗି ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ l ଆଜିର ଖେଳକୁ ପରିଚାଳନା କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ,ସୁଶୀଲ ଦେହୁରୀ,ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ,ଉପଦେଷ୍ଟା ଶ୍ୟାମ ସୁନ୍ଦର ମେହେର, ଶେଷଦେବ ପ୍ରଧାନ, ଉଦିତ ପ୍ରସାଦ ଦେହୁରୀ, ଦିଲ୍ଲୀପ କୁମାର ସାମଲ,କାଦମ୍ବିନୀ ଯୋଶୀ,କୋଷାଧକ୍ଷ ନିକୁଞ୍ଜ ବେହେରା ଙ୍କ ସମେତ ଫ୍ରେଣ୍ଡ୍ସ ଆସୋସେସନ ର କର୍ମ କର୍ତ୍ତା ସହଯୋଗ କରିଥିଲେ l