ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 
ପାଟଣାଗଡ ବ୍ୟୁରୋ: ୧୫/୦୧(ନରେନ୍ଦ୍ର ନେଗୀ)ମଘାମରା ଗାଁ ରେ ଆଦିବାସୀ ମାନଙ୍କ ପ୍ରସିଦ୍ଧ ବୁଢାଦେଓ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ କଂସ ଦରବାର ରେ ରାଜକୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,ଯୋଗଦେଇ ଓଡିଶା ସରକାର ଙ୍କ ଯୁବ ଓଡିଶା ନବୀନ ଓଡିଶା, ମୋ ସରକାର ନବୀନ ସରକାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ, କାଳିଆ ଯୋଜନା, ବଳିଆ ଯୋଜନା, ମମତା ଯୋଜନା, ଶ୍ରମିକ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ କଳା, ସଂସ୍କୃତି,ଆଦିବାସୀ ଖେଳ ଖେଳାଳି, ଆଦିବାସୀ ସଂସ୍କୃତି କ୍ଲବ, ଆଦିବାସୀ ବଜାର ପିଣ୍ଡି, ବିଜେଡି ନେତୃତ୍ବାଧୀନ ଶ୍ରୀ ନବୀନ ପଟ୍ଟନାୟକ ସରକାର ଙ୍କ ଆଦିବାସୀ ଦେବଦେବୀ ପୀଠ ସୁରକ୍ଷା, ସଂରକ୍ଷଣ, ପୁନଃଉଧାର, ମରାମତି, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥିତ ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ l