ବଲାଙ୍ଗିର ବ୍ୟୁରୋ:୧୬/୦୧(ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶାର ଆଦିବାସୀ ପର୍ବ ଗୁଡ଼ିକ ମଧ୍ୟରେ ଶୁଲିଆ ଯାତ୍‌ରା ଏକ ମୁଖ୍ୟ ପର୍ବ ଭାବେ ପରିଚିତ । ଆଜି ଶୁଲିଆ ଯାତ୍‌ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ଉଛୁଳି ପଡ଼ୁଛି ଶୁଲିଆ ପୀଠ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ଖଇରଗୁରାରେ ଶୁଲିଆ ବୁଢ଼ାଙ୍କ ମୁଖ୍ୟ ପୀଠ ରହିଥିବା ବେଳେ ଏହାକୁ ବଡ଼ ଖଳା ବୋଲି କୁହାଯାଉଛି ।

ସେହିଭଳି ତୁମ୍‌ନିଆଁ ଗାଁରେ ରହିଛି ସାନ ଖଳା । ଦୁଇ ପୀଠରେ ଆଜି ଚାଲିଛି ଶୁଲିଆ ପୂଜା । ନିଶି ପୂଜା ପରେ ପରେ ପାଟ୍‌ ବୁକା ନେଇ ଦେହେରୀ, ପୂଜାରୀ ଓ ଭକ୍ତମାନେ ପହଂଚିଛନ୍ତି ଶୁଲିଆ ପୀଠରେ । ପତ୍ରରେ ତିଆରି ବସ୍ତ୍ର ପରିଧାନ କରି ମୁଖ୍ୟ ପୂଜାରୀ ଶୁଲିଆଙ୍କ ପାଇଁ ବାଉଁଶ ନଳିରେ ଅନ୍ନ ଭୋଗ ପ୍ରସ୍ତୁତ କରିବା ପରେ ପୂଜା ପାଇଛନ୍ତି ଶୁଲିଆ ବୁଢ଼ା ।

ପ୍ରତିବର୍ଷ ଏଠାରେ ହଜାର ହଜାର ପଶୁ ପକ୍ଷୀଙ୍କ ବଳି ପଡେ଼ । ଚଳିତ ବର୍ଷ ମଧ୍ୟ ମାନସିକଧାରି ଭକ୍ତ ଓ ଶ୍ରଦ୍ଧାଳୁମାନେ ପୋଢ଼, ଛେଳି, କୁକୁଡ଼ା, ପାରା ସାଂଗରେ ନେଇ ପହଂଚିଛନ୍ତି ଶୁଲିଆ ପୀଠରେ । ଆଜି ରକ୍ତରଂଜିତ ହହୋଇ ଉଠିଛି ଶୁଲିଆ ପୀଠ । ଅନ୍ୟ ପଟେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଶୁଲିଆ ପୀଠ କୁ ଯାଇ ଶୁଲିଆ ବୁଢ଼ା କୁ ଦର୍ଶନ କରିଥିଲେ।ଶୃଙ୍ଖଳା ରକ୍ଷା ପାଇଁ ବଲାଙ୍ଗିର ପୋଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଥିବା ବେଳେ ମାଜିଷ୍ଟ୍ରେଟ୍‌ ମଧ୍ୟ ଉପସ୍ଥିତ ରହିଛନ୍ତ