ଧର୍ମଗଡ:୧୫/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଧର୍ମଗଡ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଘାଟିତ ହୋଇଯାଇଛି। ମା ଭଣ୍ଡାର ଘରଣୀ ଙ୍କ ଘଟ କୁ ବିଶାଳ କଳସ ଯାତ୍ରା ରେ ସହର ପରିକ୍ରମା ପୂର୍ବକ ମଞ୍ଚ ରେ ସ୍ଥାପନ କରା ଯାଇଥିଲା । ଉଦଘାଟନୀ ସନ୍ଧ୍ୟାରେ ଧର୍ମଗଡ କଳାହାଣ୍ଡି ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ବିରଞ୍ଚିନାରାୟଣ ଦରଓ୍ଵାନ ସଭାପତିତ୍ବ କରିଥିଲେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ,ନର୍ଲା ବିଧାୟକ ଭୂପିନ୍ଦର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥିମାନଙ୍କ ଦ୍ଵାରା ମଞ୍ଚରେ ସ୍ଥାପନ କରାଯାଇଥିବା ଆରାଧ୍ୟା ଦେବୀ ମାଁ ଭଣ୍ଡାରଘରଣୀଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ ପରେ ଶିଶୁ ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ମୂଖ୍ୟ ଅତିଥି ସାଂସଦ ଶ୍ରୀ ପଣ୍ଡା ଯୋଗଦେଇ କଳାହାଣ୍ଡିର ଐତିହ୍ୟ ପରମ୍ପରା ଅନନ୍ୟ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଓ ଏହାର ଉପକାରିତା ଉପରେ ନିଜ ର ବକ୍ତବ୍ୟ ରଖିଥିଲେ । ଏଠାକାର ପ୍ରତିଟି ପର୍ବ ଭାଇଚାରାର ସନ୍ଦେଶ ଦିଏ । ଯେତେ ମନୋମାଳିନ୍ଯ ଥିଲେ ବି ପର୍ବପର୍ବାଣୀ ଆସିଲେ ଏଠାକାର ଲୋକେ ସେସବୁ ଭୁଲି ଏକାକାର ହୁଅନ୍ତି।

ଏହା ହିଁ କଳାହାଣ୍ଡିର ବୈଶିଷ୍ଟ୍ୟ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅଧ୍ୟାପକ ଲିଙ୍ଗରାଜ ପାତ୍ର ସଭାକାର୍ଯ୍ୟ, ମାଧବ ଲହଜଲ୍ ପୁରସ୍କାର ବିତରଣି କାର୍ଯ୍ୟ ପରିଚାଳନା କରିଥିଲେ । ଧର୍ମଗଡ ବିଡିଓ ହିମଞ୍ଚଲ୍ ମାଝୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହ ଜିଲ୍ଲାପାଳ ଅଜିତ ଶବର ଧନ୍ୟବାଦ ଅର୍ପଣ କରିଥିଲେ।

ସାଂସ୍କୃତିକ ସନ୍ଧ୍ୟା ରେ ଧର୍ମଗଡ଼ ଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭବାନୀପାଟଣା ବାବା ରବିଦାସ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନୃତ୍ୟ , କୋଶଳ ଲୋକନୃତ୍ୟ ବଲାଙ୍ଗୀର, କଟକର ନଟରାଜ ଡ୍ଯାନ୍ସ ଗୃପ,ଝାରଖଣ୍ଡର ମୁଣ୍ଡାରୀ, ଜଗତସିଂହପୁର ଘୋଡାନାଚ,କଟକ ସିଘମ ଗୃପ, ପଶ୍ଚିମ ବଙ୍ଗର ପୁରଲିଆ ଛଉ, ମାଁ ଡୋକରୀ ସାଂସ୍କୃତିକ ଅନୁଷ୍ଠାନର ରିମଝିମ୍ ମେହେର ଙ୍କ ଓଡ଼ିଶୀ,ଚାହାରଵାହାଲ ର ସୁଗମ ସଙ୍ଗୀତ, ଆଦି ପ୍ରଦର୍ଶିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାକୁ ସଂଜୀବ ମୁଣ୍ଡ, ମାନସ ରଞ୍ଜନ ମୁଣ୍ଡ,ପ୍ରାଞ୍ଜଳ ଠାକୁର,ଗୋଵଦ୍ଧନ ବାଗ ପରିଚାଳନା କରୁଥିଲେ।