ଧର୍ମଗଡ଼:  ତା ୧୧/୧(ହେମନ୍ତ କୁମାର ମାଝୀ) କଳାହାଣ୍ଡି ସ୍ଵାର୍ଥ ପାଇଁ ମୁଁ ପ୍ରତ୍ୟେକ ନିର୍ବାଚନ ଆସିଛି ଆଗାମୀ ନିର୍ବାଚନରେ ସାଂସଦ କି ଵିଧାୟକ ଭାବେ ଲଢିଵି ତାହା କଳାହାଣ୍ଡି ଵାସୀ ନିର୍ଣ୍ଣୟ କରିବେ। ଆଗାମୀ ଦିନରେ ମୁଁ କଳାହାଣ୍ଡି ଜିଲ୍ଲା ର ପ୍ରତି କୋଣ ଅନୁକୋଣ ଯାତ୍ରା କରିଵି ଓ କଳାହାଣ୍ଡି ଵାସୀ ଙ୍କୁ ସତ୍ ମାର୍ଗରେ ଭୋଟ ଦେବାକୁ ପ୍ରଵତ୍ତାଇଵି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ ପ୍ରକାଶ କରିଛନ୍ତି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଠ ଗୋଟି ରାଜ୍ୟ ସ୍ଳି୍ନି କମିଟି ର ଅଧ୍ୟକ୍ଷ ମନୋନୀତ ହେଵା ପରି ପ୍ରେକ୍ଷୀରେ ଆଜି ଜଗନ୍ନାଥ ସେବା ସମିତି ଦ୍ବାରା ଶ୍ରୀ ଦାସ ଙ୍କୁ ସ୍ଵାଗତ ସମ୍ଵଦ୍ଧନା ଦିଆଯାଇଥିଲା

ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଵରିଷ୍ଟ ଆଇନ ଜୀଵି ପ୍ରଦୀପ ଦାସ ପୂର୍ବତନ ଵ୍ଳକ ଅଧ୍ୟକ୍ଷ ରବିନ୍ଦ୍ର ପାଟଯୋଷୀ ଜିଲ୍ଲା କଂଗ୍ରେସ ର ସଭାପତି ଭାରତ ଵେମାଳ ଆଇନ ଜୀଵି ଦିଗାମ୍ବର ଦୁରିଆ ତୁଲେଶ୍ଵର ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ଦାସ ଙ୍କୁ ଉପ ଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ଵଦ୍ଧିତ କରାଯାଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ ମଞ୍ଚ ପରିଚାନା କରିଥିବା ବେଳେ ମଦନ ଯୈନ ଧନ୍ୟବାଦ ଦେଇଥିଲେ।