ଢେଙ୍କାନାଳ; ଦୂର୍ଗା ବଜାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଢେଙ୍କାନାଳ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କାର୍ଯ୍ୟାଳୟ ଠାରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ଶାଖା ପରିଚାଳକ ସିପ୍ ସାଗର ଆର୍ଚାଯ୍ୟ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କର ବିଭିନ୍ନ ୠଣ ପ୍ରଦାନ ଯୋଜନା କୃଷିଋଣ, ସ୍ବୟଂ ସହାୟିକ ଗୋଷ୍ଠୀ ଋଣ, ସୁନା ଋଣ,ଗୃହ ଋଣ,ଯାନବାହାନ ଋଣ ଓ ଶିକ୍ଷା ୠଣ ପ୍ରଦାନ କରାଯାଉଥିବା ସହ ଏହି ସମ୍ବନ୍ଧରେ ଗ୍ରାହକମାନଙ୍କୁ ସଚେତନ କରାଯାଇଥିଲା।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ପ୍ରତିଷ୍ଠା ଦିବସ ଅବସରରେ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ମହର୍ଷି ଦୟାନନ୍ଦ ସର୍ଭସ ମିଶନ ପ୍ରାଙ୍ଗଣରେ ଏକ କର୍ମଶାଳା ଶିବିର ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ କର୍ମଶାଳାରେ ରିଜିଓନାଲ ମ୍ୟାନେଜର ଶ୍ରୀଯୁକ୍ତ ସିପ୍ ସାଗର ଆଚାର୍ଯ୍ୟ ସମେତ ମାନସ ରଞ୍ଜନ ପ୍ରଧାନ, ସୈଳୈନ୍ଦ୍ର କୁମାର ସାହୁ, ଏଲିଜା ମୋନାଲିସା ଦିବ୍ୟଦର୍ଶିନୀ, ହିମାଂଶୁ ଭୂଷଣ ସାହୁ, ଚିନ୍ମୟୀ ସାମନ୍ତରାୟ, ଦେବସ୍ମିତା ସଡ଼ଙ୍ଗୀ,ସଲ୍ମାନାଜ ଅକ୍ତରି ଖାନିମ୍, ଦେବାଶିଷ ପରିଡ଼ା ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ୧୨ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।