ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ଟିଟିଲାଗଡରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l

ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପଡିଆର ସାଜସଜ୍ଜା, ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ, ଅସ୍ଥାୟୀ ବିଦ୍ୟୁତ ସଂଯୋଗ,ଅସ୍ଥାୟୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କ୍ୟାମ୍ପ, ସହ ଦିନକ ପାଇଁ ଉପଖଣ୍ଡର ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ କରିବା ସହ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଦାୟିତ୍ୱ ଅର୍ପଣ କରାଯାଇଛି l

ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ଼ ଏସ ଡ଼ି ପି ଓ ଶ୍ରୀମତି ଅଙ୍କିତା କୁମ୍ଭାର, ଅତିରିକ୍ତ ତହସିଲଦାର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ବିଭାଗର ଅଧିକାରୀ, ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକକୁ ଉପଖଣ୍ଡ ସ୍ଥରିୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରାଜେନ୍ଦ୍ର ମାଝୀ ପରିଚାଳନା କରିଥିଲେ l