ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଦୁଇ ଗୋଟି ନିର୍ବାଚନୀ ମଣ୍ଡଳୀର ଭୋଟର ତାଲିକା ଆଜି ପ୍ରକାଶିତ କରିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଟିଟିଲାଗଡ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ଉପସ୍ଥିତିରେ ଏହି ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

୬୯-ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀରେ ସମୁଦାୟ ୨୫୪୧୧୪ ଜଣ ଭୋଟର, ବୟସ୍କ ବ୍ୟକ୍ତି ବିଶେଷ ୪୬୫୮(୧.୮୩%), ଯୁବା ଭୋଟର ୫୩୮୯(୨.୧୨%), ଦିବ୍ୟାଙ୍ଗ ଭୋଟର ୪୮୨୨(୧.୯୦%) ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୧,୨୯,୧୦୬ (୫୦.୮୧%) ମହିଳା ୧୨୪୯୧୮ (୪୯.୧୬%) ତୃତୀୟ ଲୀଙ୍ଗ ୯୦(୦.୦୪%) ଏବଂ ଦିବ୍ୟାଙ୍ଗ ଭୋଟର ଭାବେ ପୁରୁଷ ୨୪୩୫(୫୦.୫୦%), ମହିଳା ୨୩୮୬ (୪୯.୪୮%) ଓ ଦିବ୍ୟାଙ୍ଗ ତୃତୀୟ ଲୀଙ୍ଗ ୧ (୦.୦୨%) ଓ ଜେଣ୍ଡର ରେସିଓ ହେଉଛି ୯୬୮ ।

ସେହିପରି ଭାବେ ୭୦-କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀରେ ସମୁଦାୟ ୨୭୪୦୬୯ ଜଣ ଭୋଟର, ବୟସ୍କ ବ୍ୟକ୍ତି ବିଶେଷ ୩୮୭୮ (୧.୪୧%), ଯୁବା ଭୋଟର ୬୦୫୨ (୨.୨୧%), ଦିବ୍ୟାଙ୍ଗ ଭୋଟର ୩୮୫୬ (୧.୪୧%) ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୧,୩୮,୭୫୦(୫୦.୬୩%) ମହିଳା ୧,୩୫,୨୪୭ (୪୯.୩୫%) ତୃତୀୟ ଲୀଙ୍ଗ ୭୨(୦.୦୩%) ଏବଂ ଦିବ୍ୟାଙ୍ଗ ଭୋଟର ଭାବେ ପୁରୁଷ ୨୦୭୦(୫୩.୬୮%), ମହିଳା ୧୭୮୬ (୪୬.୩୨%) ଓ ଦିବ୍ୟାଙ୍ଗ ତୃତୀୟ ଲୀଙ୍ଗ ୦ ଓ ଜେଣ୍ଡର ରେସିଓ ହେଉଛି ୯୭୫ ।

ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି, ଭାରତୀୟ ଜନତା ପାର୍ଟି ପ୍ରଶାନ୍ତ ଷଡଙ୍ଗୀ, ସଭାପତି, ଆପ ଗଜପତି କାଲସେ, ସଭାପତି, ଜାତୀୟ କଂଗ୍ରେସ ପାର୍ଟି ଘିନୁ ଆଡଯୁଆଡ , ବିଜୁ ଜନତା ଦଳର ପ୍ରତିନିଧି ଅରୁଣ ମିଶ୍ର, ଭାରତୀୟ ଜନତା ପାର୍ଟିର ରଞ୍ଜିତ ଆଡଯୁଆଡ, ଅଶୋକ ମିଶ୍ର, ଆଲୋକ ନାୟକ, ସଭାପତି, ବହୁଜନ ସମାଜ ପାର୍ଟି, ସୁବାସ ଆବେ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଏହି ବୈଠକରେ ଡେପୁଟି କଲେକ୍ଟର, ଅଭିନାଶ ଲାକ୍ରା, ଆସିଷ୍ଟାଣ୍ଟ କଲେକ୍ଟର ଚନ୍ଦ୍ର ପ୍ରସାଦ ଦେହୁରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦେବେନ୍ଦ୍ର କୁମାର ନାଏକ, ଶ୍ୟାମ କୁମାର ସେଠ, ସୁନୀଲ କୁମାର ତାଣ୍ଡି, ଝସକେତନ ବଢିଆ, ଡମ୍ବରୁଧର ଚିନାଗୁନ ପ୍ରମୁଖ ସହଯୋଗ କରିଥିଲେ ଏବଂ ସମସ୍ତ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।