ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକସ୍ଥିତ କୁମାରୀ ଗ୍ରାମରେ ତିନିଦିନ ଧରି ଚାଲିଥିବା ଆରାଧ୍ୟା ଦେବୀ ମା ବାଙ୍କାଦେବୀଙ୍କ ପୂଜାଉତ୍ସବ ଆଜି ଉଦଯାପିତ ହୋଇଛି l ଏହି ଯାତ୍ରା ଉତ୍ସବର ପ୍ରଥମ ଦିନରେ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ମା’ଙ୍କ ପୂଜା ଅର୍ଚନାରେ ଯୋଗ ଦେଇଥିଲେ l ଦ୍ଵିତୀୟ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ପାହାଡ଼ ଉହାଡ଼ରେ ଥିବା ମା ବାଙ୍କାଦେବୀଙ୍କ ପୀଠସ୍ଥଳୀରେ ସମାଗମ ହୋଇ ମୂଳପୂଜାରେ ପୂଜାର୍ଚନା କରିଥିଲେ l

ତୃତୀୟ ଦିନରେ ମୁଖ୍ୟ ପୂଜକ ଦେହୁରୀ ସମ୍ପ୍ରଦାୟ ଲୋକମାନେ ଏକ ଶୋଭାଯାତ୍ରା ରେ ପୀଠ ସ୍ଥଳରୁ ଗ୍ରାମର ମା ଗୁଢ଼ୀଘର କୁ ପ୍ରତ୍ୟାବର୍ତନ କରିଥିଲେ l ମିନବଜାର, ଚଟାପଟି ଖାଦ୍ୟ ସାଙ୍ଗକୁ ତିନିଦିନ ଧରି ଅପେରା ‘ରଙ୍ଗମହଲ’ ର ସାଂସ୍କୃତିକ କାର୍ଯକ୍ରମ କୁ ଉପଭୋଗ କରିଥିଲେ l ତ୍ରିନାଥ ସାଂସ୍କୃତିକ ଯୁବ ପରିଷଦ, ଗ୍ରାମ୍ୟ ପୂଜା କମିଟି ଏହି ଯାତ୍ରା ସୁପରିଚାଳନା କରିଥିଲେ l