କେସିଙ୍ଗା :  ୪/୧ (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ବିଜେପି ଦଳ ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ ସଫଳ ହୋଇଛି ।ଏଥିରେ ବିଜେପି ଦଳ ଏକାଠି ହୋଇ କେସିଙ୍ଗା ଏନ୍ ଏ ସି ଓ ବ୍ଲକ୍ ଅଞ୍ଚଳ ରେ ବନ୍ଧ କରାଯାଇଥିଲା । ଏହି ବନ୍ଦ ର ମୁଖ୍ୟ ଉଦ୍ଦେଶ୍ୟ ହେଲା କୃଷକ ଧାନ ବିକ୍ରିରେ ମଣ୍ଡୀ ରେ କଟନୀ ଛଟନି ବନ୍ଦ କରାଯାଉ,

ଦିନ କୁ ଦିନ କଳାହାଣ୍ଡି ରେ ମଦ ବିକ୍ରି ବଢିବାରେ ଲାଗିଛି ତେଣୁ ମଦ ଉପରେ କଟକଣା ଲଗାଯାଉ, ଯେଉଁଦିନ ଠାରୁ ଟାଟା ପାୱାର ବିଦ୍ୟୁତ୍ ନେଇଚି ସେହି ଦିନ ଠାରୁ ବିଦ୍ୟୁତ୍ ଦୟ ବଢିବାରେ ଲାଗିଛି ବିଦ୍ୟୁତ୍ ଶୁଳ୍କ ବଢିବା ରୋକା ଯାଉ | ଆଜି କେସିଙ୍ଗା ରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ଯାଙ୍କ, ସ୍କୁଲ ଓ କଲେଜ ବନ୍ଦ ରହିଥିଲା ଅଖ ଚକ ବନ୍ଦ ଥିବା ଯୋଗୁଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ବଡ ବଡ ଗାଡି ଙ୍କ ଲାଇନ ଲାଗିଥିଲା |

ଏଥିରେ କେସିଙ୍ଗା ନଗର ସଭାପତି ମଗନ୍ ସିନ୍ଦୂର ଙ୍କ ନେତୃତ୍ୱରେ ବସନ୍ତ ପୁରୋହିତ କେସିଙ୍ଗା ପ୍ରଭାରୀ,ସନ୍ତୋଷ ଦାସ ଜିଲ୍ଲା କୋଡିନେଟର ,ନମିତାରାଣି ସାହୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ପିଙ୍କୁ ପରିଡ଼ା ଯୁବ ମୋର୍ଚ୍ଚା ସଭାପତି, ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମିଡିଆ ସେଲ ପ୍ରିତେଶ ପଟେଲ,ବଂଶୀ ପାଣି ସାହା, ପ୍ରମୁଖ ସହ ଶତାଧିକ କର୍ମୀ ଯୋଗ ଦେଇ ବିଭିନ୍ନ ଛକ ଜାଗା ମାନଙ୍କରେ ପିକେଟିଂ କରିଥିଲେ ।