ଭବାନୀପାଟଣା:ତା.୦୪/୧୨: (ନରେନ୍ଦ୍ର ନେଗୀ)ନବୀନ ସରକାରଙ୍କ କୃଷକ ମlରଣ ନୀତି, ମଣ୍ଡିର ଅବ୍ୟବସ୍ଥା, ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି, ଗାଁ ଗାଁରେ ମଦଭାଟି, ମଦ କୋଠି ଖୋଲିବା ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ 12 ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯାଇଛି l

ଭାଜପା ପକ୍ଷରୁ ମଣ୍ଡି ଅବ୍ୟବସ୍ଥା, ବିଦ୍ୟୁତ ବିଲ ବୃଦ୍ଧି, ମଦ ଭାଟି, କୋଠି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଠ ଦିନହେଲା ଧାରଣା ଦିଆ ଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗୁରୁବାର କଳାହାଣ୍ଡି ବନ୍ଦ କରିଛି ଭାଜପା l ଜିଲ୍ଲା ସଭାପତି ଆର୍ତ୍ତ ତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ସୁନୀତି ମୁଣ୍ଡ, ବିଜୟଦେବ ସାହୁ ଏବଂ ଦଳୀୟ କର୍ମକର୍ତ୍ତା ଓ କର୍ମୀ ମାନେ ଭବାନୀପାଟଣା ରେ ବନ୍ଦ ପାଳନ କରିଥିଲେ l

ଏହି ବନ୍ଦ ପାଳନକୁ ସମର୍ଥନ କରିବାପାଇଁ ଦଳ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନ ସାଧାରନଙ୍କୁ ନିବେଦନ କରାଯାଇଥିଲା l ଦଳୀୟ କର୍ମୀ ମାନେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯାଇ ପିକେଟିଙ୍ଗ କରିଥିଲେ l ଫଳରେ ଜିଲ୍ଲାର 13ଟି ବ୍ଲକରେ ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇଥିଲା, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ ରହିଥିଲା l ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ସେବା ବନ୍ଦ ରହିଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା l