ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହା ପାଳିତ ହୋଇଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷାମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀୟା ଗାଡି ଚାଳକ ମାନଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା ।

ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା କୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଂଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରେ ବହୁ ସ୍କୁଲ କଲେଜ ର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗ ର ଅଧିକାରୀ ଏବଂ ବିଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଙ୍ଗ କରି ଜନଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।