ଯାଜପୁର : ( ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଜିଲା ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଓ ସରପଂଚ । ବିଝାଂରପୁର ବ୍ଲକ ଶାସନ୍ଦା ପଂଚାୟତରେ ଅବକାରୀ ବିଭାଗ ପକ୍ଷରୁ ନୁତନ ମଦ ଦୋକାନ ଖୋଲାଯିବାକୁ ନିଷ୍ପତି ହୋଇଛି । ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ କାମଦେବ ଧଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ବନ୍ଦ କରିବାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି ।

ଯାଜପୁର ପଣସା ପଂଚାୟତରେ ଖୋଲା ଯିବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକ ବିରୋଧ କରିବାରୁ ତରବରିଆ ଭାବେ ଅବକାରୀ ବିଭାଗ କାହାରିକୁ ସୁଚନା ନଦେଇ ଶାସନ୍ଦା ଗ୍ରାମରେ ଦୋକାନ ଖୋଲିବାକୁ ନିଷ୍ପତି ନେଇଛି । ଗ୍ରାମାଚଂଳର ଏହି ସ୍ଥାନରେ ମନ୍ଦିର,ସ୍କୁଲ, ବସ୍ତି, ସରକାରୀ ପ୍ରକଳ୍ପ ଆଦି ରହିଥିବାରୁ ଏଠାରେ ମଦ ଦୋକାନ ଖୋଲା ଗଲେ ଜନ ସାଧାରଣ ସ୍କୁଲ କଲେଜ ପିଲା ଓ ମହିଳା ମାନେ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରଶାସନ ଏହି ନିଷ୍ପତି କୁ ନ ବଦଳାଇଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ସରପଂଚ ଓ ଗ୍ରାମବାସୀ ଚେତାବନି ଦେଇଛନ୍ତି ।