ବୌଦ୍ଧ : ( ଚିତ୍ତରଞ୍ଜନ ସିଂହ ) ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ l ଦୁର୍ବୃତ୍ତଙ୍କ ଅତର୍କିତ ଠେଙ୍ଗା ମାଡ଼ରେ ପୋଲିସ ଏ ଏସ ଆଇ ଆହତ। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାକୁ କୌଣସି ଏକ ଗଣ୍ଡଗୋଳ ହେଉଥିବା ନେଇ ୧୧୨କୁ କଲ୍ ଆସିଥିଲା । ଖବର ପାଇ ସଙ୍ଗେ ସଙ୍ଗେ ମନମୁଣ୍ଡା ପୋଲିସ୍ ଦପଲା ଗ୍ରାମର ହାଇସ୍କୁଲ ଛକ ନିକଟରେ ଅଟକିଥିଲେ ।

କିଛି ନ ବୁଝିବା ପୂର୍ବରୁ ହଠାତ ମନମୁଣ୍ଡା ଥାନାର କାର୍ଯ୍ୟରତ ଏ ଏସ ଆଇ କୁମୁଦ ଚରଣ ଭୋଇ ଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଅନ୍ୟ ଷ୍ଟାପ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତମାନେ ଆକ୍ରମଣ କରି ଫେରାର ମାରିଥିଲେ। ସଙ୍ଗେ ସଙ୍ଗେ ଏ ଏସ ଆଇ ଶ୍ରୀ ଭୋଇଙ୍କୁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ।

ପୁଣି ସେଠାରୁ ସିଧାସଳଖ ବରଗଡର ବିକାଶ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଶ୍ରୀ ଭୋଇଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ମନମୁଣ୍ଡା ପୋଲିସ ଉକ୍ତ ଆକ୍ରମଣ ଘଟଣାରେ ସଂପୃକ୍ତିକୁ ନେଇ ସନ୍ଦେହରେ ୪ଜଣଙ୍କୁ ଥାନାକୁ ଆଣି ପୋଲିସତଦନ୍ତ ଚଳାଇଥିବା ଜଣାପଡିଛି l ଖୁବ ଶୀଘ୍ର ଆସାମୀଙ୍କୁ ଗିରଫ କରାଯିବା ନେଇ ମନମୁଣ୍ଡା ଆଇଆଇସି ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l