ଧର୍ମଗଡ଼ : ( ହେମନ୍ତ କୁମାର ମାଝୀ)ମଣ୍ଡି ରେ ଧାନ ବିକ୍ରି ସମସ୍ୟା, ବିଦ୍ୟୁତ୍ ସମସ୍ୟା,ବେଆଇନ ମଦ କୋଠୀ ପ୍ରତିବାଦ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବନ୍ଦ ଡାକରା ପରୀପ୍ରେକ୍ଷୀରେ ଧର୍ମଗଡ ରେ ଦୋକାନ ବଜାର ବନ୍ଦ,ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ସଂପୂର୍ଣ୍ଣ ବାଧା ପ୍ରାପ୍ତ ହୋଇଛି।ନବୀନ ସରକାରଙ୍କ କୃଷକ ମାରଣ ନୀତି, ମଣ୍ଡି ରେ ଧାନର କଟନି ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ୍ ର ଅହେତୁକ ବିଲ୍ ବୃଦ୍ଧି ଓ ଗାଁ ଗାଁ ରେ ବେଆଇନ ମଦ କୋଠୀ ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପ୍ରଥମେ ଜିଲ୍ଲା ର ବ୍ଲକ କାର୍ଯ୍ୟାଳୟ ଓ ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆ ଯାଇଥିଲା।

କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆ ଯାଇଛି ବୋଲି ବିଜେପି ର ଜିଲ୍ଲା ସାଧାରଣ ସଂପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି। ନଗର ପାଳ ଅଶୋକ ମହାନ୍ତି ବିଜେପିର ନଗର ସଭାପତି ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ, ଟିପିଗୁଡ଼ା ମଣ୍ଡଳ ସଭାପତି ବିଭୁଦତ୍ତ ପ୍ରଧାନୀ, ନଗର ପ୍ରଭାରୀ ଶିଶୁଦେବ ମୁଣ୍ଡ, ପୁର୍ବତନ ଓବିସି ରାଜ୍ୟ ସଂପାଦକ ଜନ୍ମେଜୟ ନାଏକ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନିନ୍ଦ୍ର ଭୂଷଣ ପାତ୍ର, ବଲାଙ୍ଗୀର ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ସମିତି ସଭ୍ୟ ସରୋଜ ଶବର, ନଗର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ କୁମାର ପାତ୍ର,ଯୁବ ମୋର୍ଚ୍ଚା ନଗର ସଭାପତି ସୌରଭ ମିତ୍ତଲ, ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଧର୍ମଗଡ ସହର ର ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର ଓ ଯାନବାହାନ ବନ୍ଦ କରି ବିଭିନ୍ନ ଛକରେ ପିକେଟିଂ କରିଥଲେ।