ହରଭଙ୍ଗା:  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲାର ତିରିଶି ତମ ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମରେ ଯୁବ ସ୍ଵେଚ୍ଛାସେବୀ ତଥା ଯୁବ କବି ତୋଫାନ୍ ଦେହୁରୀଙ୍କ ନେତୃତ୍ବରେ ବୌଦ୍ଧ ଦିନ୍ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରାଧାନଗର ଗ୍ରାମପଞ୍ଚାୟତର ସରପଞ୍ଚ ଗଣେଶ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ‌ଯୋଗ ଦେଇଥିଲେ ।

ଓଡିଆ ସିନେ ଜଗତର ନିର୍ଦ୍ଦେଶକ ତଥା ବୌଦ୍ଧ ମାଟିର ପୁଅ ବନମାଳୀ ରଣା ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଧାନଗର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ଦେହୁରୀ ଓ‌ ମଥୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖି ଶ୍ୟାମ ‌ଗାଇଗୌରିଆ ଯୋଗଦାନ କରିଥିଲେ। ରାଧାନଗର ଗ୍ରାମର ବରିଷ୍ଠ ନାଗରିକ ଶିକ୍ଷକ ନରେନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ବୌଦ୍ଧ ଦିନ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଆସି ନିଜର କଳା ପ୍ରଦର୍ଶନ କରିଥିବା ବେଳେ ପତର ସଉରା ହରିହର ପ୍ରଧାନ ପତର ସଉରା ନୃତ୍ୟ କରି ସମସ୍ତଙ୍କ ମନ ମୋହି ଥିଲେ। ମନୋଜ ବାଘ ଅତିଥି ପରିଚୟ ଦେଇଥିଲେ ।

ତୋଫାନ୍ ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସମୀର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହିତ ନିର୍ଦ୍ଦେଶକ ବନମାଳୀ ରଣାଙ୍କୁ ବୌଦ୍ଧ ସମ୍ମାନ -୨୦୨୪ ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଦିବାକର,ଚନ୍ଦନ,ଆଶିଷ୍,ଅମିତ୍, ବସନ୍ତ,ଯୁବରାଜ, ତୁଷାର,ଆନନ୍ଦ,ନିରୋଜ,ସୁଶାନ୍ତ,ବବୁଲ,ଦିବ୍ୟ,ପ୍ରିତମ୍,ପପୁ,ସିଦ୍ଧାନ୍ତ, ରଘୁନାଥ ଆଦି ସହଯୋଗ କରିଥିଲେ। ସୂଚନା ଥାଉକି ବୌଦ୍ଧ ଜିଲ୍ଲାର ପ୍ରତିଷ୍ଠା ଦିବସକୁ ବୌଦ୍ଧ ଦିନ୍ ଭାବରେ ପାଳନ କରୁଥିବା ପ୍ରଥମ ଗାଁ ହେଉଛି ରାଧାନଗର ।