ଧର୍ମଗଡ: (ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ ସ୍ତରୀୟ ନୂଆ ଓ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଡ଼ିଓ ହୀମାଞ୍ଚଳ ମାଝୀ ଅଧ୍ୟକ୍ଷତା କରି ଥିଲା ବେଳେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷୀ, ଧର୍ମଗଡ ଏନ୍ଏସି ଅଧକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ଜୟ ସେନ ଧାରୁଆ,ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜଗନ୍ନାଥ ରାଓ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ, ପ୍ରଣବ ଭଇସାଲ ପ୍ରମୁଖ ଯୋଗ ଦେଇଥିଲେ ।

ଦୀର୍ଘ ୯ ଦିନ ଧରି ଚାଲି ଥିବା ଏହି କ୍ରୀଡା ପ୍ରତିଯୋଗିତା ରେ ପୁରୁଷ ଓ ମହିଳା ବିଭାଗ ରେ ୭ଟି କ୍ରୀଡା ପ୍ରତିଯୋଗିତା ରେ ମୋଟ ୧୪୫ ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ବିଜେତା ଓ ଉପ ବିଜେତା ଦଳ କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବ୍ଲକ ସ୍ତର ରେ କୃତିତ୍ବ ଅର୍ଜନ କରି ଥିବା କ୍ରୀଡାବିତ୍ ମାନେ ଜିଲ୍ଲା ସ୍ତରିୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ  । କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ପରିଚାଳନା କରି ଥିବା ବେଳେ ଅଭୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।