ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ପଞ୍ଚାୟତ୍ ର ଆଡ଼େଣିଗଡ଼ ଶିବମନ୍ଦିର ପରିସରରେ ୫  ଲକ୍ଷ ଟଙ୍କା ବ୍ୟୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନ ରୁ ଏକ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁଅଛି। ଗତ ୩୦  ତାରିଖ ରେ ଛାତ ପଡ଼ିଥିଲା। କିନ୍ତୁ ତା ପରଦିନ ଅର୍ଥାତ୍ ୩୧  ତାରିଖ ଦିନ ସେଣ୍ଟରିଙ୍ଗ ହୋଇଥିବା ବଲହା ଦବି ଯାଇ ଛାତ ଟି ମଧ୍ୟ ସମ୍ପୂର୍ଣ୍ଣ ଦବିଗଲା।

ଏହା ଦେଖି ଗ୍ରାମବାସୀ କାମ କୁ ବନ୍ଦ୍ କରିଥିଲେ। ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଫୋନ କରିଥିଲେ। ବିଭାଗିୟ ଅଧିକାରୀ ଓ ଠିକାଦାର ଆସି ଘଟଣସ୍ଥଳରେ ପହଞ୍ଚି କାମ ଦେଖିଥିଲେ।

ଏବଂ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ପଡ଼ିଥିବା ଛାତ କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପୁନର୍ବାର ଛାତ ପକେଇବା ପାଇଁ ଠିକାଦାର ଙ୍କୁ କହିଥିଲେ। ସେ ଅନୁସାରେ ଦବିଯାଇଥିବା ଛାତ କୁ ଭାଇବ୍ରେଟର ରେ ଭାଙ୍ଗି ପୁନର୍ବାର ଛାତ ପକେଇବା ପାଇଁ ବର୍ତମାନ ଗାଁ ଲୋକ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ ଚାଲୁଅଛି।ଠିକାଦାର ଓ ଯନ୍ତ୍ରୀଙ୍କ ଲାଭଖୋର୍ ମନ ବୃତ୍ତି ପାଇଁ ଏଭଳି ନିମ୍ନ ମାନର କାର୍ଯ୍ୟ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।