ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଲଙ୍କେଶ୍ବରୀ ଦୁର୍ଗା ପୂଜା ମଣ୍ଡପ ଜୁନାଗଡ ଆନୁକୂଲ୍ୟରେ ପଣ୍ଡରାମାଳି ଯୁବବାହିନୀ କଳାହାଣ୍ଡି ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକଙ୍କ ସଭାପତିତ୍ବରେ ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଇ ଫୁଲେଙ୍କ 193ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ।

ମୂଖ୍ୟ ଅତିଥି ଭାବରେ କଳାହାଣ୍ଡି ମାଲି ସମାଜ ସଭାପତି ଶ୍ରୀଯୁକ୍ତ ଇଶ୍ଵର ପୂଝାରୀ ମହୋଦୟ ଯୋଗ ଦେଇଥିବା ଵେଳେ, ସମ୍ମାନିତ ଅତିଥି ରୂପେ ଜୁନାଗଡ  ନଗର ଉପାଧ୍ୟକ୍ଷା ଶ୍ରୀମତୀ ହିମାଦ୍ରୀ ନାଏକ, ବିଜୟ ପୂଝାରୀ, ଧନୁର୍ଜୟ ମାଝୀ, ବେଣୁଧର ନାଏକ, ଲୋକେଶ ନାଏକ, ମୋହନ ପୂଝାରୀ ଙ୍କ ସମେତ ବହୁ  କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଥମ ମହିଳା ଶିକ୍ଷୟିତ୍ରୀ ମାତା ସାବିତ୍ରୀ ଵାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଥିଲା ।