ଧର୍ମଗଡ ;  (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵ୍ଳକ ଅଧିନସ୍ଥ ସ୍ବର୍ଗତ ବରିଷ୍ଠ ଆଇନଜୀବୀ ତଥା ଧର୍ମଗଡ଼ ଅଂଚଳର ବିଶିଷ୍ଟ ଜନନାୟକ ଅର୍ଜୁନ ପଟ୍ଟଯୋଷୀ ଙ୍କ ଧର୍ମପତ୍ନୀ ବିଦ୍ୟୁତଲତା ପଟ୍ଟଯୋଷୀଙ୍କ ଆଜି ପ୍ରାତଃ ୩ ଟା ସମୟରେ ୯୭ ବୟସରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଚାରି ପୁଅ ରମଣୀ ରଞ୍ଜନ, ନିହାର ରଞ୍ଜନ, ତୁଷାର ରଞ୍ଜନ ଓ ମିହିର ରଞ୍ଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

ଖବର ପାଇବା ମାତ୍ରେ ଧର୍ମଗଡ ସହର ର ଆତ୍ମୀୟ ସ୍ୱଜନ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଅନ୍ତିମ ଦର୍ଶନ କରିଥଲେ।ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସାନ ପୁଅ ମିହିର ରଞ୍ଜନ ପଟ୍ଟଯୋଷୀ ମୁଖାଗ୍ନୀ ଦେଇଥିଲେ।ସେ ଜଣେ ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଭାବେ ବେଶ ପରିଚିତ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।