ଧର୍ମଗଡ଼:  ୯/୧୨(ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦର ୱା ନ ଅଧ୍ୟକ୍ଷ ତା କରି ଥିବା ବେଳେ ଧର୍ମଗଡ ବ୍ଲକ ଅଧ୍ୟକ୍ଷତା ବବିତା ପାଟଯୋଶୀ,ବିଡ଼ିଓ ଡ଼,ହିମାଞ୍ଚଳ ମାଝି, ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପ୍ରତି ବର୍ଷ ଭଳି ଜାନୁଆରୀ ମାସ ର ୧୫ ତାରିଖ ଠାରୁ ୧୭ ,ତାରିଖ ତିନି ଦିନ ଧରି ହେବାକୁ ଥିବା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପୂର୍ବ ସ୍ଥାନରେ ହେବ ଓ ଏହି ଉତ୍ସବ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

ଉତ୍ସବ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରା ଯାଇଥିଲା।ଅର୍ଥ କମିଟି ଅଧ୍ୟକ୍ଷ ଭାବେ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,କ୍ରୀଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ମଞ୍ଚପରିଚାଳନା କମିଟି ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର,ଘୁମୁରା କମିଟି ରମଣୀ କାନ୍ତ ଜାଲ,ଅଭ୍ୟର୍ଥନା କମିଟି ଅଶୋକ କୁମାର ମହାନ୍ତି, କଣ୍ଟ୍ରୋଲ ରୁମ କମିଟି ଝରମେଶ ସିଙ୍ଗ, ସାମାଜିକ ସଂଗଠନ କମିଟି ଅଧକ୍ଷ ଦିବ୍ୟ ସିଙ୍ଗ ମହାନ୍ତି, ମଞ୍ଚ ନିର୍ମାଣ କମିଟି ହଲ ଧର ନିଆଲ,ଯାନ ବାହାନ ପରିଚାଳନା କମିଟି ଅଧ୍ୟକ୍ଷ ସୁନିଲ କୁମାର ମେହେର ଓ ଗ୍ରୀନ ରୁମ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଦାଇତ୍ଵ ନେଇ ଛନ୍ତି। ଧର୍ମଗଡ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ପରି ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ଥାନାଧିକାରୀ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ, ସାମ୍ବାଦିକ, ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।