
ବୌଦ୍ଧ:୩୧/୧୦ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଯାହାକି ବ୍ଲକର ଏକ ଉପାନ୍ତ ଅଞ୍ଚଳ ଭାବେ ପରିଚିତ l ଉକ୍ତ ପଞ୍ଚାୟତ ର ଅତଲସରା,ମାରଡ଼ା, କୁସଙ୍ଗ ଭଳି ଅଞ୍ଚଳ ର ଜନସାଧାରଣଙ୍କ ପକ୍ଷରୁ ହରଭଙ୍ଗା ବ୍ଳକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଶୀତଳପାଣି ଡାକ ବଙ୍ଗଳା ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଅଞ୍ଚଳ ର ଲୋକଙ୍କ ବିଭିନ୍ନ ମୌଳିକ ସୁବିଧା କୁ ଗଣମାଧ୍ୟମ ଦ୍ୱାରା ସରକାର ଙ୍କ ଦୃଷ୍ଟି ଗୋଚର କରିବାକୁ ଅଞ୍ଚଳ ବାସି ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ l
ଏପରିକି ଗଣମାଧ୍ୟମ ସରକାର ଙ୍କ ଚତୁର୍ଥ ସ୍ତମ୍ଭ ଓ ସମାଜ ରେ ଅବହେଳିତ ଥିବା ଜିନିଷ କୁ ସରକାର ଙ୍କ ନଜର କୁ ଆଣି ସମାଜ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ରହିଥିବାରୁ ଅଞ୍ଚଳବାସି ଧନ୍ୟବାଦ ଅର୍ପଣ କରିବାସହ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ପୁଷ୍ପଗୁଚ୍ଛସହ ଉପକୌଢନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ସାମ୍ବାଦିକ ଭାଗବତ ମେହେର ଅଞ୍ଚଳବାସୀଙ୍କ ଗଣମାଧ୍ୟମ ପ୍ରତି ଥିବା ଅତୁଟ ଭରସା, ଓ ଭଲ ପାଇବା କୁ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ବ୍ଳକ ଉପାଧକ୍ଷ ସରୋଜ ପ୍ରଧାନଙ୍କ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମର ନିରପେକ୍ଷ ଖବର ପରିବେଷଣ କରିବା ଓ ଶୃଙ୍ଖଳା ସମାଜ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ l ଶେଷରେ ବ୍ଳକ ଉପାଧ୍ୟକ୍ଷ ଙ୍କୁ ମଧ୍ୟ ଅଞ୍ଚଳବାସି ସମ୍ବର୍ଦ୍ଧିତ କରିଥିଲେ l ଏହିକାର୍ଯ୍ୟକ୍ରମ ରେ ସାମ୍ବାଦିକ ବାସୁଦେବ ସାହୁ ଙ୍କ ସମେତ ଭାଗବତ ମେହେର,ସିମୁନ ନାଏକ, ସୁଶାନ୍ତ ବେହେରା, କୁନା ବେହେରା, ଶ୍ୱାସତ ଦାସ, ପ୍ରଭାତ ନାୟକ, ଧିରେନ ପ୍ରଧାନ, ସଦାନନ୍ଦ ନାୟକ, କୁମୁଦ ସାହୁ, ଅକ୍ଷୟ ମହାକୁଡ଼, ଙ୍କ ସମେତ ସ୍ଥାନିୟ ସମିତି ସଭ୍ୟ କାଁହୁ ଚରଣ ନାଥ, ସୂଚନା ଅଧିକାର କର୍ମୀ ପ୍ରବୀଣ ପାତ୍ର, ଉମେଶ ବେହେରା, ଅଞ୍ଚଳବାସି ପ୍ରମୁଖ ଉପସ୍ଥିତ ଥିଲେ l