କେସିଙ୍ଗା : ୧୨/୦୬ (ପ୍ରୀତେଶ ପଟେଲ)କେସିଙ୍ଗା ବାସୀ ଙ୍କ ବହୁତ ଦିନର ଦାବୀ ବାଇପାସ ନିର୍ମାଣ କୁ ନେଇ ରାଜ୍ୟ ସଭା ସାଂସଦ ସୁଜିତ କୁମାର ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗ ଲକୋଙ୍କ ସହ ବୋରିଂପଦର ସ୍ଥିତ ହୋଟେଲ ସାଇ ବୃନ୍ଦାବନ ଇନ ରେ ଆଲୋଚନା କରିଛନ୍ତି ! ବାଇପାସ ନିର୍ମାଣ ନେଇ ସ୍ଥାନ ପରିଦର୍ଶନ କରିଛନ୍ତି।ସାଂସଦ ସୁଜିତ୍ କୁମାର ଖୋର୍ଦ୍ଧା-ବଲାଙ୍ଗୀର ରୋଡ଼ ସମ୍ପୂର୍ଣ୍ଣ ୨୦୨୬ ସୁଦ୍ଧା ହେବ।ଆଉ କେସିଙ୍ଗା ପାଇଁ ଭୁବନେଶ୍ବର କୁ ଟ୍ରେନ ଏବେ ହେବ ନାହିଁ ଆଗାମୀ ଦିନରେ ହେବ | ଆମେ ପ୍ରଚେଷ୍ଟା ରେ କରୁଛୁ |

ଏଠୁ ଭୁବନେଶ୍ୱର କୁ ଏକ ଟ୍ରେନ ସିଧାସଳଖ ଚଲେଇବା ପାଇଁ ଉଦ୍ୟମ କରାଯିବ।କେସିଙ୍ଗା-ଭବାନୀପାଟଣା ରେଳ ଲାଇନ ପାଇଁ ବି ବଜେଟ ରେ ଅଣାଯିବା ପାଇଁ ରେଳ ମନ୍ତ୍ରୀ ଙ୍କୁ ଦାବୀ ହୋଇଛି ବୋଲି କହିଥିଲେ।ସେହିପରି କୋଣାର୍କ ସୁତାକଳ କୁ ନେଇ ପ୍ରୟାସ ସରକାର ଙ୍କ ଦ୍ଵାରା ଚାଲିଛି।ସରକାରୀ ଭାବରେ ଙ ହେଲେ ବି ବେସରକାରୀ ଭାବରେବ କରିବା ପାଇଁ ପ୍ରୟାସ ଜାରି ରହିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନଜର ରହିଛି ବୋଲି କହିଥିଲେ। କଳାହାଣ୍ଡି ଜିଲ୍ଲା ରେ କପାର ଉତ୍ପାଦନ ଅଧିକ।ଚାଷୀ ଙ୍କ ସ୍ୱାର୍ଥ ଜଡିତ ଅଛି।ଏଣୁ ରାଜ୍ୟ ସରକାର ଏହାକୁ ନେଇ ଗୁରୁତ୍ୱ ସହ ବିଚାର କରୁଛନ୍ତି ବୋଲି ସେ କହିଥିଲେ।

କେସିଙ୍ଗା ରେ ବାଇପାସ ନିର୍ମାଣ ନ ହେଲେ ସମ୍ପୂର୍ଣ୍ଣ ସହର ଉଜୁଡିଯିବ ବୋଲି ଲୋକେ କହିଥିଲେ।ବ୍ୟବସାୟ ର ପେଣ୍ଠ ସ୍ଥଳୀ ବହୁ ଲକୋଙ୍କ ରୋଜଗାର ଯୋଗାଉ ଥିବାବେଳେ ବାଇପାସ ନ ହୋଇ ଫୋର ଲେନ ରାସ୍ତା ହେଲେ ସହରରେ ଅର୍ଥ ନୈତିକ ଅବନତି ଘଟିବ ଏବଂ ଲୋକେ ନିଯୁକ୍ତି ହରାଇବେ।ପୁଣି ପ୍ରବଳ ଟ୍ରାଫିକ ପାଇଁ ପ୍ରତିଦିନ ଦୁର୍ଘଟଣା ରେ ଲକୋଙ୍କ ମୃତ୍ୟୁ ଘଟୁଛି।ଏଣୁ ବାଇପାସ ଜରୁରୀ ବୋଲି ଲୋକେ ଦାବୀ କରିଥିଲେ।ପରେ ବୁଦ୍ଧିଜୀବୀ ଙ୍କ ସହ ବର୍ତମାନ ଚାଲିଥିବା ଓଭର ବ୍ରିଜ ରାସ୍ତା,କେଉଁ ଆଡୁ କଲେ ବାଇପାସ ସହର ପାଇଁ ସୁବିଧା ହେବ ବୁଲି ଦେଖିଥିଲେ।ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ,ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ଚେମ୍ବର୍ସ ସଭାପତି ଅନୀଲ ଜୈନ,ବିଜେପି ଟାଉନ ସଭାପତି ପିଙ୍କୁ ପରିଡା,ଓକିଲ ସଂଘ ସମ୍ପାଦକ ଯୁଗଲ ଦୀପ,ପ୍ରଶାନ୍ତ ବାନାର୍ଜୀ, ଯଯାତି କେଶରୀ ଦେଓ,ଓଡିଶା ରାଇସ ମିଲ ସଙ୍ଘ ସଭାପତି ମହେଶ ବଂସଲ, ସାମ୍ବାଦିକ ମହାସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର, ବିଜେପି ସାଧାରଣ ସମ୍ପାଦକ ସୁନୀଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।