
ପୁରୀ : (ମନୋଜ କୁମାର ବଳିଆରସିଂ )ଅନବସର ସମୟରେ ପଟ୍ଟିଦିଅଁଙ୍କୁ ଶ୍ରୀମନ୍ଦିରରେ ପୂଜା କରାଯାଇଥାଏ। ଶ୍ରୀବଳଭଦ୍ରଙ୍କ ପଟ୍ଟିଦିଅଁ ଭାବରେ ଶ୍ରୀବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟ୍ଟିଦିଅଁଭାବେ ମାଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟିଦିଅଁ ଭାବେ ଶ୍ରୀନାରାୟଣ ପୂଜା ପାଇଥାନ୍ତି।
ଶ୍ରୀବାସୁଦେବ ଙ୍କ ଆସ୍ଥାନ ସମୀପରେ ରାମ,ନୃସିଂହ,କୃଷ୍ଣ ଓ ମାଭୁବନେଶ୍ୱରୀ ଙ୍କ ଆସ୍ଥାନ ସମୀପରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଶ୍ରୀନାରାୟଣ ଙ୍କ ଆସ୍ଥାନ ସମୀପରେ ମଦନମୋହନ ଓ ଦୋଳଗୋବିନ୍ଦ ଙ୍କ ପ୍ରତିମୂର୍ତ୍ତି ରଖାଯାଇଥାଏ।
ଶୀତଳ ଷଷ୍ଠୀ ଦିନ ଠାରୁ ପଟ୍ଟିଦିଅଁ ଙ୍କ କାର୍ଯ୍ୟ ଆରମ୍ଭ ହୋଇଥାଏ।