ପୁରୀ: (ମନୋଜ କୁମାର ବଳିଆରସିଂ )ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ପୁରୀରେ ଘଟିଛି ଅଘଟଣ।ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା କରାଯାଇଛି। ଗୁଡ଼ିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଗନ୍ନାଥ ଦୀକ୍ଷିତ ।ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ନିକଟରୁ ମୃତଦେହ ଉଦ୍ଧାର।


ମୃତ ସେବାୟତ ମହାସୁହାରସାହିର, କୌଣସି ଏକ କାର୍ଯ୍ୟ ରେ ଗୁଡ଼ିଆସାହି ଯାଇଥିଲେ।ଘଟଣା ପରେ ସନ୍ଦେହ ଭିତରକୁ ଆସିଥିବା ବ୍ୟକ୍ତି ଫେରାର।ପୋଲିସ ଛାଉଣୀ ଭିତରେ ଏପରି ଘଟଣାକୁ ନେଇ ଛାନଭିନ୍‌ ଚଳାଇଛନ୍ତି ପୁରୀ ପୋଲିସ।।