
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ବେଆଇନ ବାଲି ଚାଲାଣ ବେଳେ ଟ୍ରାକଟ ଓଲଟି ଜଣେ ମୃତ, ୨ଜଣ ଗୁରୁତର । ମୃତକ ହେଲେ ନରେନ୍ଦ୍ର ନାୟକ ଙ୍କ ପୁଅ ଅର୍ଜୁନ ନାୟକ। ଦୁଇ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି । ଯାଜପୁର ସଦର ଥାନା ଅନ୍ତର୍ଗତ ଅଡଙ୍ଗ ଘାଟରୁ ବେଆଇନ ବାଲି ଖାଦାନରୁ ବାଲି କାରବାର କରୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।
ଗାଡିରେ ଚାପି ହୋଇକି ହେଲପର ଅର୍ଜୁନ ନାୟକ ମୃତ୍ୟୁ ବରଣ କରୁଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ରହିଛି। ଅଗ୍ନିଶମ ଟିମ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି।