
କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ସମଗ୍ର ଜୟପାଟଣା ଅଞ୍ଚଳର ସମସ୍ତ ଶକ୍ତି ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧା ଓ ଭକ୍ତିର ସହ ମାଆ ଦୁର୍ଗତି ନାସିନୀ ଙ୍କ ନବ ଦିନାତ୍ମକ ପୂଜା ସହ ଦଶହରା ପର୍ବ ଧୁମ ଧାମ ରେ ପାଳିତ ହୋଇ ଯାଇଛି|ଶହ ଶହ ବର୍ଷ ଧରି ଅଞ୍ଚଳର ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ଭାବରେ ପୂଜା ପାଇ ଆସୁଥିବା ମାଆ ଡୋ କ ରୀ ଙ୍କ ନବ ଦିନାତ୍ମକ ବାସନ୍ତିୟ ପୂଜା ପରେ ମସ୍ତକ ବିସର୍ଜନ ପରେ ନ ଦିନପାଇଁ ମାଆ ଙ୍କ ମନ୍ଦିର ର ପ୍ରବେଶ ଦ୍ଵାର ରେ କଣ୍ଟା ପକା ଯାଇ ପୂଜାର୍ଚ୍ଚନା ବନ୍ଦ ରଖାଯାଇଥିବା ସୂଚନା ମିଳିଛି|
ଜୟପାଟଣା ସହରର ଅନ୍ୟତମ ଶକ୍ତି ପୀଠ କନକ ଦୁର୍ଗା ମନ୍ଦିର ଓ ଅମ୍ବେଜି ମନ୍ଦିର ରେ ନବରାତ୍ରି ପୂଜା ଶ୍ରଦ୍ଧା ଓ ଭକ୍ତି ର ସହ ସମ୍ପନ୍ନ ହୋଇ ଯାଇଛି|ଗାନ୍ଧୀ ଗ୍ରାମ ପଡ଼ା ଦୁର୍ଗା ମଣ୍ଡପ ରେ ନବ ରାତ୍ରି ପୂଜା ଅବସରରେ ଶ୍ରଦ୍ଧାର ସହିତ ପାଳିତ ହୋଇ ଯାଇଛି|ସେହି ପରି ଜୟପାଟଣା, ବାନେର ମୁଖି ଗୁଡା, ରଣମାଲ ଆଦି ସ୍ଥାନ ମାନଙ୍କରେ ବାଶନ୍ତିୟ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଯାଇଛି|ଅଷ୍ଟମୀ ତିଥି ରେ କୁମାରୀ ଝିଅ ମାନଂକ ଭାଇ ଜୀୟନ୍ତିଆ ଉତ୍ସବ ପାରମ୍ପରିକ ଭାବରେ ପାଳିତ ହୋଇଯାଇଛି|ଦୁର୍ଗା ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ ମଣ୍ଡପ ମାନଙ୍କରେ ବୀର ବାଦ୍ୟ ଘୁମୁରା, ଗୀତିନାଟ୍ୟ ପ୍ରଦର୍ଶିତ ହୋଇଯାଇଛି|ଦଶମୀ ଦିନ ଜୟପାଟଣା ସହରରେ ଯୁବ କ୍ଷତ୍ରିୟ ପାଇକ ସମାଜ ଜୟପାଟଣା ଶାଖା ଆନୁକୁଲ୍ୟରେ ଶସ୍ତ୍ର ପ୍ରଦର୍ଶନ, ନଗର ପରିକ୍ରମା ଓ କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି|