
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ସ୍ଵତନ୍ତ ଭାବେ ସଂକ୍ଷିପ୍ତ ସଂଶୋଧିତ ଭୋଟର-୨୦୨୪ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତାତା୨୮ତାରିଖରେ ଟିଟିଲାଗଡ ଠାରେ ପଥ ଉତ୍ସବ ଓ walkathon (ଚାଲିବା) ଆୟୋଜନ ସମ୍ପର୍କିତ ଏକ ବୈଠକ ଶ୍ରୀ ଦୟାମୟ ପାଢୀ, ନିର୍ବାଚନ ଅଧିକାରୀ-ତଥା-ଉପଜିଲ୍ଲାପାଳ, ଟିଟିଲାଗଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଦୟାମୟ ପାଢୀ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ତା. ୨୮.୧୦.୨୦୨୩ରିଖ ସକାଳ ୦୭.୩୦ ଠାରୁ ୦୮.୦୦ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବର୍ଣ୍ଣାଢ୍ୟ ପରିବେଶରେ କରାଯିବ ବୋଲି ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମ ଟିଟିଲାଗଡ ଥାନା ଛକ ଠାରୁ ଗୋପବନ୍ଧୁ ଉଦ୍ୟାନ ପର୍ଯ୍ୟନ୍ତ walkathon (ଚାଲିବା) ଆୟୋଜନ କରାଯିବ, ଏହି ଅବସରରେ ନିର୍ବାଚନ ଆୟୁକ୍ତ, ଭାରତଙ୍କ ପ୍ରାୟଜିତ ଗୀତ “ହାମ ଭାରତ କେ ମତଦାତା ହେ” ପରିବେଷଣ କରାଯିବ, ଏହି କାର୍ଯ୍ୟକ୍ରମରେ ବହୁମାତ୍ରାରେ ଯୁବା ଭୋଟର ସୁନିଶ୍ଚିତ ଭାବେ ଯୋଗଦାନ ଦେବା ପାଇଁ ଉପସ୍ଥିତ ଅଧ୍ୟକ୍ଷ, ଡିଏଭି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟଙ୍କୁ ଏଥି ନିମନ୍ତେ ଦୃଷ୍ଟି ଦେବାପାଇଁ ଉପଜିଲ୍ଲାପାଳ, ଦୟାମୟ ପାଢୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସମସ୍ତ ବୁଥସ୍ତରୀୟ ଅଧିକାରୀ, “ମୁଁ ବି ମିତା”ର ପ୍ରତିନିଧିତ୍ଵ ଦାୟିତ୍ଵରେ ଥିବା ଛାତ୍ରୀ, ଖ୍ୟାତିସଂପନ୍ନ ବ୍ୟକ୍ତିବିଶେଷ, ସମାଜସେବକ, ସ୍ଵୟଂ ସହାୟକ ଦଳ, ମହାବିଦ୍ୟାଳୟର ୧୮ ବର୍ଷରୁ ଉର୍ଦ୍ଧ ଯୁବ ସ୍କାଉଟ ଓ ଗାଇଡ ଯୋଗଦାନ ଦେବେ ।
ମହିଳା ତଥା ମହାବିଦ୍ୟାଳୟସ୍ତରରେ ବକ୍ତୃତା, ରଙ୍ଗଲି ଓ ଚିତ୍ରାଙ୍କନ ପ୍ରତିଯୋଗୀତା, ସ୍ଵାକ୍ଷର ଅଭିଯାନ, ସାମରିକ କଳା, ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ, ଫୋଟ ପ୍ରଦର୍ଶନୀ, ଏବଂ ନିର୍ବାଚନ ପ୍ରକ୍ରିୟାର ପ୍ରଦର୍ଶନ ତଥା ମାନବ ଶୃଙ୍ଖଳ ପ୍ରଭୃତି ଆୟୋଜନ ସୂଚାରୁ ରୂପେ ସମ୍ପାଦନା ନିମନ୍ତେ ବୈଠକରେ ପୁଙ୍ଖାନୁପୁଙ୍ଗ ଭାବେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ବିପିନ ବିହାରୀ ଦୀପ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ସୁଶାନ୍ତ କୁମାର ରଣା,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିଟିଲାଗଡ, ମନୋଜ କୁମାର ପ୍ରଧାନ, ଥାନା ଅଧିକାରୀ, ଟିଟିଲାଗଡ, ଆର୍ତ୍ତତ୍ରାଣ ରଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଡାଃ. ପ୍ରଣବ ପୁରୋହିତ, ଅଧ୍ୟକ୍ଷ, ଡିଏଭି ମହାବିଦ୍ୟାଳୟ, ରମେଶ ଚନ୍ଦ୍ର ସାମିନୀ, ଅଧ୍ୟକ୍ଷ, ମହିଳା ମହାବିଦ୍ୟାଳୟ, କାନ୍ତିଲତା ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଚନ୍ଦ୍ର ପ୍ରସାଦ ଦେହୁରି, ସହକାରୀ ଜିଲ୍ଲାପାଳ, ରାଜେନ୍ଦ୍ର କୁମାର ମାଝି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଟିଟିଲାଗଡ, ଦୀପକ ସମାଦ୍ଦାର, ମନୋଜ କୁମାର ଶତପଥି, ଅଶୋକ ତ୍ରିପାଠୀ, ସନତ ପାଢୀ, ଭବାନୀ ପ୍ରସାଦ ଷଡଙ୍ଗୀ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ସହ କାର୍ଯ୍ୟାଳୟର ମାଧୁରୀ ପଟ୍ଟନାୟକ, ଦେବେନ୍ଦ୍ର ନାୟକ, ଯୋଶକେତନ ବଧିଆ, ଡମ୍ବରୁଧର ଚିନାଗୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।