ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ହାଟପଦା ପଡ଼ା ଦୈନିକ ବଜାରର ଟିକସ ଆଦାୟ କେନ୍ଦ୍ର ପଛ ପଟେ ଯାହାକି ସରାଫ ସାଇକେଲ ଦୋକାନ ସାମ୍ନାରେ ପ୍ରତିଦିନ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା। ଏତେ ଅଳିଆ ଆବର୍ଜ୍ଜନା ଫିଙ୍ଗା ଯାଉଥିଲା ଯେ ସେହି ଅଳିଆ ଆବର୍ଜ୍ଜନା ରାସ୍ତା ଉପରକୁ ଆସିବା ଯୋଗୁଁ ସେହି ବାଟ ଦେଇ ଦୈନିକ ବଜାର କରିବା ପାଇଁ ଆସୁଥିବା ଲୋକେ, ସ୍କୁଲ ଛାତ୍ର ଛାତ୍ରୀ, ବୃଦ୍ଧ ଲୋକ ଅସୁବିଧାର ସମ୍ମୁଖିନ ହେଉଥିଲେ।

ସାଙ୍ଗକୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ପାଖରେ ଥିବା ସ୍ଥାନୀୟ ପରିବାର, ଫଳମୂଳ, ପନିପରିବା ବିକ୍ରି କରୁଥିବା ବ୍ୟବସାୟୀ ଓ ବଜାରକୁ ଆସୁଥିବା ଲୋକେ ନାନା ହଇରାଣ ହରକତ ହେଉଥିଲେ। ଏ ନେଇ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକ ଦାୟିତ୍ୱରେ ଥିବା ଜମାଦାର ପ୍ରେମଙ୍କୁ ପଚାରିବାରୁ ଦଶହରା ପୁର୍ବରୁ ସେଠାରେ ଦିଆ ଯାଇଥିବା ଅଳିଆ କୁଣ୍ଡକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରି ଦେବୁ ଯଦ୍ୱାରା ସ୍ଥାନୀୟ ଲୋକଙ୍କ ସମସ୍ୟା ଆଉ ରହିବନି ବୋଲି ପ୍ରତିକ୍ରିୟା ଦେଇଥିଲେ। ତା ସହିତ ଆମେ ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦ୍ଵିପ, ୱାର୍ଡ ମେମ୍ବର ସୁନୀଲ ଆଚାର୍ଯ୍ୟଙ୍କୁ ଅବଗତ କରାଇବା ପରେ ଗୁରୁବାର ସକାଳୁ ପୌର ପରିଷଦର କର୍ମଚାରୀ ଜେଶିବି ସାହାଯ୍ୟରେ ସେହି ଅଳିଆ କୁଣ୍ଡକୁ ସ୍ଥାନାନ୍ତର କରିଛନ୍ତି।

ଏହି କୁଣ୍ଡ ସ୍ଥାନାନ୍ତରଣ ହେବା ପରେ ସେଠାର ସ୍ଥାନୀୟ ବାସିନ୍ଦା ମାନେ ସାମ୍ୱାଦିକ ଶ୍ରୀ ସଞ୍ଜୟ କୁମାର ନାୟକ, ୱାର୍ଡ ନମ୍ବର ସୁନିଲ ଆଚାର୍ଯ୍ୟ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦ୍ଵିପଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଜମାଦାର ପ୍ରେମ ମଧ୍ଯ ନିଜର ଦାୟିତ୍ଵ ସୁଚାରୁ ରୂପେ କରିଥିବାରୁ ତାଙ୍କୁ ମଧ୍ଯ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଆଗକୁ ସମସ୍ତେ ସଚେତନ ହୋଇ ଖାଲିଥିବା ସ୍ଥାନରେ ଯେପରି ଅଳିଆ ଆବର୍ଜ୍ଜନା ନ ପକାଇବେ ସେ ନେଇ ଧ୍ୟାନ ରଖିବା ଜରୁରୀ ଅଟେ। ଟିଟିଲାଗଡରୁ ଙ୍କ ରିପୋର୍ଟ