ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଟ୍ରେନରେ ଲୋକ ନିଜକୁ ସୁରକ୍ଷିତ ଭାବି ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି। ରେଳ ସେବା ଏକ ସୁରକ୍ଷିତ ସେବା ବୋଲି ବହୁତ ଲୋକ ଏହି ରେଳରେ ଯାତ୍ରା କରିଥାନ୍ତି। କିନ୍ତୁ ଯଦି ଭାଗ୍ୟ ଖରାପ ଥାଏ ତାହେଲେ କିଛି ଅସାଧୁ ଯୁବକଙ୍କ ଦୌର।ତ୍ମ୍ୟ ଯୋଗୁଁ ମହିଳା ଯାତ୍ରୀ ଦୁର୍ବ୍ୟବହାର ଶିକାର ହେଉଛନ୍ତି, ତାହାର ଏକ ଝଲକ ଆଜି ଟିଟିଲାଗଡ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା।

ଦୁଇ ଜଣ ଲୋକ ସୁରାଟରୁ ଫେରୁଥିବା ଏକ ଦମ୍ପତିଙ୍କୁ ଦୁର୍ବ୍ୟବହାର କରିବା ପରେ ସ୍ଵାମୀ ରାଗି ଥିଲେ, ସ୍ତ୍ରୀ ବୁଝାଇ ଛାଡ ଆମେ ଆମ ଘରକୁ ପଳେଇବା କିଛି କୁହନି ବୋଲି କହି ବୁଝାଇଥିଲେ, କିଛି ସମୟ ପରେ ଆହୁରି ଖରାପ ଭାଷା କହି ଗାଳି ଦେବାରୁ ଚୁପ ଥିବା ସ୍ବାମୀ ଦୁଇ ଯୁବକଙ୍କୁ ବାରଣ କରିବା ସତ୍ତ୍ୱେ ସେମାନେ ଝଗଡ଼ା କରିବା ଆରମ୍ଭ କରିଥିଲେ।

ଝଗଡା ପରେ ସେମାନେ ଧରିଥିବା ବ୍ଲେଡରେ ଦମ୍ପତିଙ୍କୁ ଆକ୍ରମଣ କରିବା ବେଳେ ସ୍ବାମୀ ନିଜକୁ ରକ୍ଷା କରିବା ନିମନ୍ତେ ପାଲଟା ଆକ୍ରମଣ କରି ଦୁଇ ଯୁବକଙ୍କ ଗଳ।କାଟିବା ଘଟଣା ଏବେ ଟିଟିଲାଗଡ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଘଟଣା ବିଷୟରେ ଖବର ପାଇ ରେଳବାଇ ପୋଲିସ ସମସ୍ତଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଛନ୍ତି। ଘଟଣାର ତଦନ୍ତ ପରେ ସତ୍ୟତା ପଦାକୁ ଆସିବ, ସେ ଯାହା ବି ହେଉ ନାରୀକୁ ସମ୍ମାନ ନ ଦେଇ ଦୁର୍ବ୍ୟବହାର କରିବା ଯୋଗୁଁ ସ୍ଵାମୀ ଏଭଳି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳୁଛି।