ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜମି ବାଡ଼ି କୁ କେନ୍ଦ୍ର କରି ଗଡିଲା ମୁଣ୍ଡ l ସାମାନ୍ୟ ବଚସାରୁ ଉଗ୍ର ହୋଇ ଟାଙ୍ଗିଆରେ ହାଣିଦେଲେ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ l ସୂଚନା ଅନୁସାରେ ଆଜି ସକାଳେ ଜମି ବାଡି କୁ ନେଇ ଗାଁର ଵାଙ୍କା ସାହୁ ଓ ଚକା ସାହୁଙ୍କ ଭିତରେ ବିଲରେ କୌଣସି କାରଣ ନେଇ କଥା କଟାକଟି ହୋଇଥିଲା

ଘରକୁ ଆସିଵା ପରେ ପୁଣି ଦୁଇଜଣ ଙ୍କ ମଧ୍ୟ ରେ ଗଣ୍ଡଗୋଳ ହୋଇଥିବା ବେଳେ ଚକା ସାହୁଙ୍କ ବାପ ପୁଅ ମିଶି ଵାଙ୍କା କୁ ଟାଙ୍ଗିଆରେ ବେକରେ ଏକ ଚୋଟ ମାରି ହାଣି ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ବାଙ୍କା ର ମୃତ୍ୟୁ ହୋଇଥିଲା l ଏନେଇ ତାଙ୍କ ପୁଅ ସୁରେନ୍ଦ୍ର ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ଚୋଟ ଲାଗିଥିବାରୁ ସେ ଗୁରୁତର ହୋଇଛନ୍ତି l ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ଅନୁସଂଧାନ କରୁଥିବା ସୂଚନା ମିଳିଛି।