
କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗ୍ରାମର ବୃଦ୍ଧଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି lଗତ ୮ ତାରିଖ ଦିନ ଖାଇଚୁଆ ଗ୍ରାମର ଯୋଗେନ୍ଦ୍ର ବାଗ ନାମକ ଜୈନିକ ୬୦ ବାର୍ଷିୟ ବୃଦ୍ଧଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିଲା l
ଏହି ଘଟଣାରେ ଚକାମନ ବାଗ ୨୭ ଏବଂ ଗୌତମ ତାଣ୍ଡି ୪୭ ଦୁଇ ଜଣ ମିଶି ଠେଙ୍ଗା ସାହାଯ୍ୟରେ ବୃଦ୍ଧ ଙ୍କ ମୁଣ୍ଡ ପଛ ପଟେ ବାଡେଇ ହତ୍ୟା କରିଥିବା ପୋଲିସ ଅନୁସନ୍ଧlନରୁ ଜାଣି ପାରିଥିଲା l ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଚକାମନ ବାଗ ଫେରାର ହୋଇଥିଲା । ପୋଲିସ ଅଭିଯୁକ୍ତ ଗୌତମ ତାଣ୍ଡି ଙ୍କୁ ପ୍ରଥମେ ଗିରଫ କୋର୍ଟ ଚାଲାଣ କରିଥିଲା l
ମୁଖ୍ୟ ଅଭିଯୁକ୍ତ ଚକାମନ ବାଗକୁ ବୁଧବାର ଗିରଫ କରି ଗୁରୁବାର କୋଟ ଚାଲାଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସ ଡି ପିଓ ସୂଚନା ଦେଇଛନ୍ତି l ପୂର୍ବ ଜମିବାଡ଼ି ବିବାଦ ଏବଂ ପୂର୍ବରୁ ଏକ ହତ୍ୟାକାଣ୍ଡ ଏହି ହତ୍ୟାକାଣ୍ଡ ପଛର କାରଣ ବୋଲି ଏସଡିପିଓ ଶ୍ରୀ ବର୍ମା ସୂଚନା ଦେଇଛନ୍ତି lଏହି ସମ୍ମିଳନୀ ସମୟରେ କେସିଙ୍ଗା ଡି ଏସପି ଏବଂ ନର୍ଲା ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ l