ହରଭଙ୍ଗା ; ୨୮/0୭  (ଚିତ୍ତ ରଞ୍ଜନ ସିଂ)ରବିବାର ଦିନ ୨  ଘଂଟିକା ସମୟରେ ହରଭଙ୍ଗା ନିକଟରେ ମହାନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କଲେ RWSS ମୁଖ୍ୟଯନ୍ତ୍ରୀ   ନାରାୟଣ ପ୍ରସାଦ ଗାନ୍ଧୀ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ନିୟୋଜିତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବା ସହ ମହାନଦୀ ମଧ୍ୟରେ ନିର୍ମିତ ଇନ୍ଟାକ୍ଟ ଉଏଲ ପରିଦର୍ଶନ କରିଥିଲେ | ପରିଦର୍ଶନ ସମୟରେ ହରଭଙ୍ଗା ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପଲ୍ଲବୀ ସାମଲ ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l