ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବୈତରଣୀ ନଦୀର ଦଶ୍ୱାଶ୍ବମେଧ ଘାଟରେ ଥିବା ସର୍ବପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସାର୍ଥକ ଫାଉଣ୍ଡେସନ ଆନୁକୁଲ୍ୟରେ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁଲେଖ ବନ୍ଦୋବସ୍ତର ଅତିରିକ୍ତ ଅୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜସ୍ୱ ବିଭାଗ ର ଅତିରିକ୍ତ ଜିଲପାଳ ଶିବାନନ୍ଦ ସ୍ଵାଇଁ ଯୋଗ ଦେଇ ଜଗନ୍ନାଥ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ସମାଜସେବୀ ଆଶୁତୋଷ ପରିଡା, ମନୀଷା ବେହେରା ପ୍ରମୁଖ ଯୋଗ ଦେଇ ଫାଉଣ୍ଡେସନର ଏହି ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କମଳାକାନ୍ତ ମିଶ୍ର ଫାଉଣ୍ଡେସନର ସଭାପତି ସଞ୍ଜୟ ମିଶ୍ର ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ କରାଯିବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ବର୍ଷ ତମାମ ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପ,୩ ଚକିଆ ଯାନ ପ୍ରଦାନ ଭଳି ଅନେକ ଜନ ହିତକର କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ଓ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା। ପରିଶେଷରେ ଅନ୍ଵେଷଣ ଥିଏଟର ଗ୍ରୁପ ର କଳାକାରଙ୍କ ଦ୍ଵାରା ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।