
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ପୋଖରୀ ଭିତରୁ ଆସୁଛି ଘୁ ଘୁ ଗର୍ଜନ.. ଗାଁ ଲୋକେ ଭୟଭୀତ.. ଘଣ୍ଟାଏ କି ଦୁଇ ଘଣ୍ଟାଏ ନାହିଁ ରାତି ଅଧରୁ ଚାଲିଛି ଏଭଳି ଭୟଙ୍କର ଗର୍ଜନ ଶବ୍ଦ l ହଁ ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ସେଇ ଦୃଶ୍ୟ ଦେଖାଉଛୁ କି ଶବ୍ଦ କୁ ନେଇ ସ୍ଥାନୀୟ ଲୋକେ ପୋଖରୀ ହୁଡ଼ା ରେ ଠିଆ ହୋଇ କିପରି ଶବ୍ଦ ର ଅନୁସନ୍ଧାନ କରୁଛନ୍ତି l ରାତି ଅଧରୁ ବର୍ତମାନ ପର୍ଯ୍ୟନ୍ତ ଶବ୍ଦ ହେଉଥିବାରୁ ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି ହେଉଛି l ଏଭଳି ଏକ ଖବର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମହଲିକପଡା ପଞ୍ଚାୟତ ସଂକୁରି ଗ୍ରାମର ମହୋନ୍ ସାହି ନିକଟରେ ଥିବା ଏକ ଛୋଟ ଗାଡିଆ ମଧ୍ୟରୁ ଆସୁଛି ଶବ୍ଦ l
ଏପରି ଶବ୍ଦକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତମାନ ସମୟରେ ପୋଖରୀ ମଧ୍ୟରେ ମାତ୍ର ଏକ ଫୁଟ ଉଚ୍ଚରେ ପାଣି ଥିବା ବେଳେ ଅନାବନା ଗଛରେ ପୋଖରୀଟି ପରିପୂର୍ଣ୍ଣ ରହିଛି।ଗତକାଲି ବିଳମ୍ବିତ ରାତ୍ରିରୁ ପୋଖରୀ ମଧ୍ୟରୁ ମେସିନ ଚାଲିଲା ଭଳି ଶବ୍ଦ ବାହାରୁଥିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଘଟଣା କୁ ଦେଖିବାପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ଲୋକେ ଦାବି କରିଛନ୍ତି।
ଏଇ ବାବଦରେ ଗ୍ରାମ ର ସାମାଜ ସେବି, ସଂଜୀବ ପ୍ରଧାନ ଙ୍କୁ ପଚାରିବା ରୁ ସେ କହିଲେ- ଏଇ ପୋଖରୀ ରେ ଦେବୀ ଶକ୍ତି କିମ୍ବା ଭୌତିକ ଶକ୍ତି ଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ୲