
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ପହିଲି ରଜ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ କୁ ଧକ୍କା ଦେଲା ଟ୍ରକ । ପୁରୀ ରୁ ଜଗା ଦର୍ଶନ ସାରି ବରଗଡ଼ ଫେରୁଥିଲେ ବେଳେ ବୌଦ୍ଧ ଥାନା ଖଜୁରୀପଡା ନିକଟରେ ବୋଲେରୋ କୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣା ରେ ଜଣେ ଯାତ୍ରୀ ମୃତ ୫ ଜଣ ଯାତ୍ରୀ ଆହତ ୩ଯାତ୍ରୀ ଗୁରୁତର । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁ ଟୁନା ପ୍ରଧାନ । ଆହତ ଓ ଗୁରୁତର ୯ ଜଣଙ୍କୁ ବୌଦ୍ଧ ଡାକ୍ତରଖାନା ରେ ଭର୍ତ୍ତି ।
ସମସ୍ତ ଆହତ ବ୍ୟକ୍ତି ବରଗଡ ଜିଲ୍ଲାର ହୋଇଥିବା ସୂଚନା । କ୍ଷେତିପୁରଣ ଦାବି ରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ୫୭ନମ୍ବର ଜାତୀୟ ରାଜପଥ ଅବରୋଧ । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି । ସୂଚନାମୁତାବକ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ୯ଜଣ ଯାତ୍ରୀ ନିଜ ଘର ବରଗଡ଼ ଜିଲାକୁ ଫେରୁଥିଲେ । କିନ୍ତୁ ବୌଦ୍ଧ ଥାନା ଖଜୁରୀପଡା ନିକଟରେ ବୋଲେରୋ କୁ ଧକ୍କା ଦେଇଥିଲା ଟ୍ରକ ।
ଫଳରେ ଜଣେ ଯାତ୍ରୀ ମୃତ ୫ ଜଣ ଯାତ୍ରୀ ଆହତ ୩ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ସରଣ୍ଡା ଗାଁ ଟୁନା ପ୍ରଧାନ । ଆହତ ଓ ଗୁରୁତର ୯ ଜଣଙ୍କୁ ବୌଦ୍ଧ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ କ୍ଷେତିପୂରଣ ଦାବି ରେ ରାସ୍ତା ରୋକ କରିଥିବା ବେଳେ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।